ଘରୁ ମଶାରୀ ଭିତରୁ ବୃଦ୍ଧଙ୍କୁ ଟାଣିନେଲା ଦନ୍ତା ହାତୀ । ଗୁରୁତର ଅବସ୍ଥାରେ ବୃଦ୍ଧ ହସ୍ପିଟାଲରେ ଭର୍ତ୍ତି ।

144

କନକ ବ୍ୟୁରୋ: ଘରେ ମଶାରି ଭିତରେ ଶୋଇଥିବା ବେଳେ ଶୁଣ୍ଢରେ ବୃଦ୍ଧଙ୍କୁ ଟାଣିନେଲା ଦନ୍ତା । ଫଳରେ ବୃଦ୍ଧ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ବୃଦ୍ଧ ଜଣଙ୍କ ହେଲେ ୬୫ ବର୍ଷିୟ ଗଣେଶ ନାୟକ । ବୃଦ୍ଧଙ୍କ ଘର ଚାନ୍ଦପୁର ଥାନା ଅନ୍ତର୍ଗତ କଦମଝୋଲା ଗାଁରେ ।

ବୁଧବାର ରାତି ଘଟଣା, ଗଣେଶ ନାୟକ ଖାଇପିଇ ଘରେ ମଶାରୀ ଟାଙ୍ଗୀ ଶୋଇଥିଲେ । ରାତି ୨ଟା ସମୟରେ ଗୋଠଛଡ଼ା ଦନ୍ତାହାତୀ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶିଆସିଥିଲା । ଖାଦ୍ୟ ଲୋଭରେ ଘରେ ପଶି ଶୁଣ୍ଢରେ ବୃଦ୍ଧଙ୍କୁ ଫିଙ୍ଗିଦେଇଥିଲା । ବୃଦ୍ଧଙ୍କ ପେଟରେ ଗଭୀର କ୍ଷତ ହେବା ସହ ହାତ ହାଡ଼ ମଧ୍ୟ ଭାଙ୍ଗିଯାଇଛି । ଗୋଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ବୃଦ୍ଧଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।