ବିଶ୍ବକପ୍ ବିଜୟୀ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ । କେମିତି ଥିଲା ଫାଇନାଲର ରୋମାଞ୍ଚକର ମ୍ୟାଚ୍ । ଜଣ ଜଣ କରି କଲେ ଆଲୋଚନା

152

କନକ ବ୍ୟୁରୋ : ବିଶ୍ବବିଜେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ। ଭାରତୀୟ ଦଳର ଖେଳାଳିମାନେ ଗତକାଲି ଭାରତ ଫେରିବା ପରେ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସେମାନେ ସାକ୍ଷାତ କରିଥିଲୋ ସେତେବେଳର ଭିଡିଓ ଏବେ ସାମ୍ନାକୁ ଆସିଛିା ପ୍ରଧାନମନ୍ତ୍ରୀ ଖେଳାଳିଙ୍କ ସହ ଆଲୋଚନା କରୁଛନ୍ତି, ଆଉ ଫାଇନାଲ ମ୍ୟାଚର ରୋମାଞ୍ଚକର ମୂହୂର୍ତ୍ତ କେମିତି ଥିଲା, ସେକଥା ଖେଳାଳିଙ୍କ ଠାରୁ ଶୁଣିଥିଲେ ପ୍ରଧାନମନ୍ତ୍ରୀ । ପ୍ରତି ଖେଳାଳି ନିଜ ଅନୁଭୂତି କହିଥିଲ । ଫାଇନାଲ ମ୍ୟାଚର ଚାପ ଭିତରେ ସେମାନେ କିପରି ପ୍ରଦର୍ଶନ ଉପରେ ଧ୍ୟାନ ରଖିଥିଲେ, ବିଜୟୀ ହୋଇଥିଲେ ଆଉ ଦେଶକୁ ଗର୍ବିତ କରିଥିଲେ, ସେକଥା ଖେଳାଳିମାନେ କହିଥିଲୋ ଏହି କାହାଣୀ କହିବା ବେଳେ ଖେଳାଳିମାନେ ଭାବପ୍ରବଣ ହୋଇପଡିଥିବା ଦେଖିବାକୁ ମିଳିଥିଲା