ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବଡ ଧରଣର ଏନଆଇଏ ରେଡ । ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସଂପର୍କ ଥିବା ଅଭିଯୋଗରେ ୧୩ ଗିରଫ

139

କନକ ବ୍ୟୁରୋ : ରାଷ୍ଟ୍ରୀୟ ଯାଂଚ ଏଜେନ୍ସି ଆଇଏସଆଇଏସର ଷଡଯନ୍ତ୍ର ମାମଲାରେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୪୦ ରୁ ଅଧିକ ସ୍ଥାନରେ ଚଢାଉ କରିଛି । ଆଜି ସକାଳେ ଏନଆଇଏ ଦ୍ୱାରା ମୋଟ ୪୧ଟି ସ୍ଥାନରେ ଚଢାଉ କରାଯାଇଛି । ଏହି କ୍ରମରେ ୧୩ ଜଣଙ୍କୁ ଗିରଫ କରାଯାଇଛି ।

ଅଲକାଏଦା ଓ ଆଇଏସଆଇଏସ ଭଳି ନିଷିଦ୍ଧ ଆତଙ୍କବାଦୀ ସଂଗଠନର ହିଂସାତ୍ମକ ଉଗ୍ରବାଦୀ ବିଚାରଧାରାର ଶପଥ ନେଇ ଆତଙ୍କବାଦୀ ଗ୍ୟାଙ୍ଗ ଗଠନ କରିଥିବା ଅଭିଯୁକ୍ତ ଓ ସେମାନଙ୍କ ସହଯୋଗୀଙ୍କ ଷଡଯନ୍ତ୍ର ସଂପର୍କରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସ ଫୋର୍ସ ସହ ଏନଆଇଏ ଆଧିକାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି ।

ଧର୍ମ ଆଧାରେ ଏବଂ ସମଭାବାପ୍ନ ଯୁବକମାନଙ୍କୁ ନିଯୁକ୍ତି ଦେଇ ଭାରତରେ ଇସଲାମିକ ଶାସନ ପ୍ରତିଷ୍ଠା କରିବା ପାଇଁ ଆତଙ୍କବାଦୀ ସଂଗଠନଗୁଡିକ ହିଂସାତ୍ମକ ଜିହାଦ ଆରମ୍ଭ କରିଛନ୍ତି ।

ଗତମାସରେ ଆଇଏସଆଇଏସର ଏକ ବଡ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାସ ହୋଇଥିଲା । ସେତେବେଳେ ଆଇଏସ ଆଇଏସର ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଥିଲା । ତାର ବୟାନ ଆଧାରରେ ଏହି ଷଡଯନ୍ତ୍ରର ଗୁମର ଫିଟିଥିଲା ।