ମହିଳା ପ୍ରିମିୟର ଲିଗ ପାଇଁ ଆଜି ହେଉଛି ନିଲାମୀ । ଜାଣନ୍ତୁ ସବୁଠାରୁ ଦାମୀ ଖେଳାଳୀ ସ୍ମୃତି ମନ୍ଧାନାଙ୍କ ବାବଦରେ

361

କନକ ବ୍ୟୁରୋ : ଶନିବାର ମହିଳା ପ୍ରିମିୟର ଲିଗ ପାଇଁ ଖେଳାଳୀ ନିଲାମୀ ହେଉଛି । ଗତବର୍ଷ ମହିଳା ପ୍ରିମିୟର ଲିଗର ଆରମ୍ଭ ହୋଇଥିଲା । ମାତ୍ର ଆପଣ ଜାଣିଛନ୍ତି କି, ମହିଳା ପ୍ରିମିୟର ଲିଗ ନିଲାମୀରେ ସବୁଠାରୁ ଦାମୀ ଖେଳାଳୀ କିଏ । ଭାରତୀୟ ମହିଳା କ୍ରିକେଟ ଟିମର ଖେଳାଳୀ ସ୍ମୃତି ମନ୍ଧାନା ହେଉଛନ୍ତି ପ୍ରିମିୟର ଲିଗର ଦାମୀ ଖେଳାଳୀ । ଗତବର୍ଷ ପ୍ରିମିୟର ଲିଗ୍ ନିଲାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସ୍ମୃତି ମନ୍ଧାନାଙ୍କୁ ୩.୪୦ କୋଟି ଟଙ୍କାରେ କିଣିଥିଲା ।

ଯଦି ପ୍ରଦର୍ଶନ କଥା କହିବା ତେବେ ଗତବର୍ଷ ସ୍ମୃତିଙ୍କ ପ୍ରଦର୍ଶନ ସବୁଠାରୁ ଖରାପ ଥିଲା । ଗତବର୍ଷ ସବୁଠାରୁ ଅଧିକ ରନ କରିଥିବା ୧୫ ଖେଳାଳୀଙ୍କ ମଧ୍ୟରେ ମଧ୍ୟ ସ୍ମୃତି ସ୍ଥାନ ପାଇ ନଥିଲେ । ଏହାସହ ସମୁଦାୟ ସିରିଜରେ ସେ ଗୋଟିଏ ବି ଅର୍ଦ୍ଧଶତକ କରିବାରେ ସଫଳ ହୋଇ ନଥିଲେ । ସେ ଆରସିବି ତରଫରୁ ୮ ଟି ମ୍ୟାଚ ଖେଳି ମୋଟ ୧୪୯ ରନ କରିବାରେ ସକ୍ଷମ ହୋଇଥିଲେ । ପୁରା ସିଜିନରେ ସେ ୨୨ ଟି ଚୌକା ଓ ୩ଟି ଛକ୍କା ମାରିଥିଲେ ।

ସେପଟେ ସ୍ମୃତିଙ୍କ ଖରାପ ପ୍ରଦର୍ଶନର ପ୍ରଭାବ ଦଳ ଉପରେ ପଡିଥିଲା । ଗତବର୍ଷ ଆରସିବି ୮ଟି ମ୍ୟାଚ ଖେଳି ମାତ୍ର ୨ଟି ମ୍ୟାଚରେ ବିଜୟୀ ହୋଇଥିଲା । ଏହି କାରଣରୁ ଦଳ ପ୍ଲେ ଅଫରୁ ବାଦ ପଡିଥିଲା ।