ଅଟୋରେ ଗଙ୍ଗା ସ୍ନାନ କରିବାକୁ ଯାଉଥିଲେ ଶ୍ରଦ୍ଧାଳୁ  । ମାଡିଗଲା ଟ୍ରକ, ୧୨ ମୃତ

586

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଶାହାଜାହାଁପୁର ଠାରେ ଏକ  ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୨ଜଣଙ୍କର ମୃତ୍ୟୁ ହୋଇଛି । ଶହାଜାହାଁପୁର ମଦନାପୁର ନିକଟ ଦମଗଡାରୁ ଗଙ୍ଗା ସ୍ନାନ କରିବାକୁ କିଛି ଶ୍ରଦ୍ଧାଳୁ ଅଟୋ ସହାୟାତରେ ଯାଉଥିବା ବେଳେ ହଠାତ ଅଟୋ ଉପରେ ଏକ ଟ୍ରକ୍ ମାଡି ଯାଇଥିଲା । ଏଥିରେ ଅଟୋରେ ଥିବା ୧୨ ଜଣ ଶ୍ରଦ୍ଧାଳୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ବାବଦରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

କୁହାଯାଉଛି କି, ଅଟୋରେ ଡ୍ରାଇଭରଙ୍କ ସମେତ  ୧୨ ଜଣ ଯାତ୍ରୀ ଥିଲେ । ଘଟଣା ସ୍ଥଳରେ ସମସ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ବାବଦରେ ଜାଣିବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଶବଗୁଡିକୁ ବ୍ୟବଛେଦ କରିବାକୁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି ।

ସୂଚନା ମୁତାବକ ଦମଗଡା ଗାଁର କିଛି ଲୋକ ଗଙ୍ଗା ସ୍ନାନ କରିବାକୁ ଫରୁଖାବାଦ ନିକଟ ପଞ୍ଚାଲ ଘାଟକୁ ଯାଉଥିଲେ । ଓହ୍ଲାଗଞ୍ଜ ଗାଁ ସୁଗସୁଗୀ ନିକଟ ରାଜପଥରେ ସାମ୍ନାପଟୁ ଏକ ଟ୍ରକ୍ ଆସି ଅଟୋ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ।