ଢେଙ୍କାନାଳ କାମାକ୍ଷାନଗରରେ ଆଦିବାସୀଙ୍କ ଆନ୍ଦୋଳନ: ଧନୁତୀର ଓ ଅସ୍ତ୍ରଶସ୍ତ୍ର ଧରି ରାସ୍ତାକୁ ଓହ୍ଳାଇଲେ ଆନ୍ଦୋଳନକାରୀ

103

କନକ ବ୍ୟୁରୋ: ହାତରେ ଧନୁତୀର, ରାସ୍ତାକୁ ଓହ୍ଳାଇଲେ ଆଦିବାସୀ । ମହିଳାଙ୍କୁ ଅବକାରୀ ବିଭାଗ କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଳାଇଛନ୍ତି ଆଦିବାସୀ । ରାଲିରେ ଆସି କାମାକ୍ଷାନଗର ଏସଡିପିଓ ଅଫିସ ଘୋରାଉ କରିଛନ୍ତି । ମଦ ଚଢ଼ାଉ ବେଳେ ଆଦିବାସୀ ମହିଳାଙ୍କୁ ଅସଦାଚରଣକୁ ନେଇ ପୂର୍ବରୁ କଙ୍କଡାହାଡ଼ ଥାନା ଘେରାଉ କରିଥିଲେ ଆଦିବାସୀ ସଂଗଠନ । କିନ୍ତୁ କୌଣସି ପଦକ୍ଷେପ ନହେବାରୁ ଆଜି କାମାକ୍ଷାନଗର ଏସଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଛନ୍ତି । ଦୁର୍ବ୍ୟବହାର କରିଥିବା ଅବକାରି କର୍ମଚାରୀଙ୍କୁ ଗିରଫ କରିବା ସହ ମହିଳାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଗତ ୧୦ ତାରିଖରେ ବାଲିକୂମା ଗାଁରେ ଚଢାଉ ବେଳେ ଗାଁର ଶ୍ରୀମତି ଟୁଡୁଙ୍କୁ ଅବକାରି ବିଭାଗ ମାଡ଼ ମାରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଶ୍ରୀମତି ଟୁଡ଼ୁଙ୍କ ଘରେ କେହି ନଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗ କରିଛି ସଂଗଠନ । ମଝିପାର୍ଗନା ମହଲ, ଆଦିବାସି ମିଳିତ ସଂଘର୍ଷ ମଂଚ, ଆଦିବାସୀ ମୁକ୍ତି ସଂଗଠନ, ଆଦିବାସୀ ଚେତନା ସଂଗଠନ ଭଳି ୪ଟି ସଂଗଠନର ଶତାଧିକ ମହିଳା ଓ ପୁରୁଷ ଜିରିଡାମାଳିରୁ ରାଲିଲେ ବାହାରି ଏସଡିପିଓଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ପୋଲିସ ଆଦିବାସୀଙ୍କୁ ବୁଝାଇବାକୁ ଉଦ୍ୟମ ଜାରି ରଖିଛି ।