କନକ ବ୍ୟୁରୋ: ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲାରେ ସମଦ୍ରରୁ ଏକ ସନ୍ଦିଗ୍ଧ ଡଙ୍ଗା ମିଳିଛି । ସାଧାରଣ ଭାବେ ଏହି ଅଞ୍ଚଳରୁ ପାକିସ୍ତାନ ଡଙ୍ଗା ମିଳିଥାଏ । ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଯେ ଏହା ପାକିସ୍ତାନୀ ଡଙ୍ଗା ନା ଅନ୍ୟ କିଛି । ଡଙ୍ଗାରୁ ଏକେ-୪୭ ରାଇଫଲ ମିଳିଥିବା ଜଣାପଡିଛି । ପୋଲିସ ସମେତ ଅନ୍ୟ ଯାଞ୍ଚ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି । ଏଥିରେ କୌଣସି ଲୋକ ନଥିବା ବେଳେ କେବଳ ଏକେ-୪୭ ରାଇଫଲ ରହିଛି । ସମୁଦ୍ର ଲହଡିରେ ଏହା ଭାସିଭାସି କୂଳରେ ଲାଗିଛି । ସେହିଭଳି ଅନେକ ଅଚଳ ହତିଆର ମଧ୍ୟ ସେଠାରୁ ଉଦ୍ଧାର ହୋଇଛି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
Maharashtra | Security tightened in Raigad district and nearby areas after a suspected boat was found near Harihareshwar Beach. Police investigation underway. pic.twitter.com/UObgOxkB30
— ANI (@ANI) August 18, 2022