କିମ୍ବଦନ୍ତୀ ମୁଷ୍ଟିଯୋଦ୍ଧା ମେରିକମ୍ ନେଲେ ଅବସର । ନିଜ ବୟସ ସୀମାକୁ ମୁଖ୍ୟ କାରଣ ଦର୍ଶାଇ ନେଇଛନ୍ତି ଅବସର

65

କନକ ବ୍ୟୁରୋ : କିମ୍ବଦନ୍ତୀ ମୁଷ୍ଟିଯୋଦ୍ଧା ମେରିକମ୍ ନେଲେ ଅବସର । ନିଜ ବୟସ ସୀମାକୁ ମୁଖ୍ୟ କାରଣ ଦର୍ଶାଇ ବକ୍ସିଂରୁ ଅବସର ନେବାକୁ ଘୋଷଣା କରିଛନ୍ତି । ୪୧ ବର୍ଷୀୟ ମେରି କମ୍ କହିଛନ୍ତି ଯେ ବୟସ ସୀମା କାରଣରୁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା । କିନ୍ତୁ ଏବେ ବି ତାଙ୍କ ପାଖରେ ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାର ମନୋବଳ ରହିଛି ବୋଲି ସେ କହିଛନ୍ତି ।

୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ୫୧ କେଜି ବର୍ଗରେ କାଂସ୍ୟ ପଦକ ଜିତି ମହିଳା ବକ୍ସିଂରେ ଅଲିମ୍ପିକ୍ସ ପଦକ ଜିତିବାରେ ପ୍ରଥମ ଭାରତୀୟ ବକ୍ସର ହୋଇଥିଲେ ମେରି କମ୍ । ଅଲିମ୍ପିକ୍ସରେ ପଦକ ଜିତିବା ପୂର୍ବରୁ ସେ ୫ ଥର ବିଶ୍ୱ ବିଜେତା ହୋଇସାରିଥିଲେ । ୬ ଥରର ବିଶ୍ୱ ବିଜେତା ମେରି କମ୍ ଶେଷ ଥର ପାଇଁ ସର୍ବୋଚ୍ଚ ସ୍ତରରେ ପଦକ ଜିତିଥିଲେ ୨୦୨୧ରେ । ଏସିଆନ୍ ଚାମ୍ପିୟନସିପରେ ରୌପ୍ୟ ପଦକ ସେ ଜିତିଥିଲେ । ମେରି ୮ଟି ବିଶ୍ୱ ଚାମ୍ପିୟନଶିପ୍ ପଦକ, ୭ଟି ଏସୀୟ ଚାମ୍ପିୟନଶିପ୍ ପଦକ, ୨ଟି ଏସୀୟ କ୍ରୀଡ଼ା ପଦକ ଏବଂ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।