୮୦ ଡଲାର ତଳେ ଅଶୋଧିତ ତୈଳ ଦର । କେବେ ଖାଉଟିଙ୍କ ପକେଟ ଉପରେ କମିବ ବୋଝ?

143

କନକ ବ୍ୟୁରୋ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର କ୍ରମାଗତ ଭାବେ କମି ଚାଲିଛି । ଏବେ ବ୍ୟାରେଲ ପିଛା ୮୦ ଡଲାର ତଳେ ରହିଛି । ଏବେ ଦେଶର ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀଗୁଡ଼ିକ ପେଟ୍ରୋଲ ଉପରେ ଲିଟର ପିଛା ୧୧ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୬ ଟଙ୍କା ଲାଭ କରୁଛନ୍ତି । ହେଲେ କେବେ ଖାଉଟିଙ୍କ ପକେଟ ଉପରେ ବୋଝ କମିବ ତାକୁ ଅପେକ୍ଷା କରିଛନ୍ତି ଦେଶବାସୀ ।

ଆଗକୁ ନିର୍ବାଚନ ରହିଥିବାରୁ ତେଲ ଦର କମିବ ବୋଲି ଆଶା କରାଯାଉଛି । ଦେଶର ସର୍ବବୃହତ ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ୨୦୨୩-୨୪ ଆର୍ôଥକ ବର୍ଷର ପ୍ରଥମ ୯ ମାସରେ ରେକର୍ଡ ଲାଭ (୩୪ ହଜାର ୭୮୧ କୋଟି ଟଙ୍କା ହାସଲ କରିଛି । ୨୦୨୨ ଏପ୍ରିଲ ୭ ପରେ ସରକାରୀ ତୈଳ କଂପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତନ କରିନାହାନ୍ତି । ୨୦୨୨ ଆରମ୍ଭରେ ୟୁକ୍ରେନ ବିବାଦ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବହୁତ ଅସ୍ଥିର ଥିଲା । କିନ୍ତୁ ସେହିବର୍ଷ ଜୁଲାଇରେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୧୧୪ ଡଲାରକୁ ବୃଦ୍ଧି ପାଇଥିଲା । ତେବେ ସେବେଠାରୁ ଦର କ୍ରମାଗତ ଭାବେ କମ୍ ରହିଛି ।