ଏସସିବିରେ କିଡନୀ ପ୍ରତିରୋପଣ ବିଫଳତା, ରିପୋର୍ଟ ମାଗିଲେ ଡିଏମଇଟି । 

102

କନକ ବ୍ୟୁରୋ: ଏସସିବିରେ କିଡନୀ ପ୍ରତିରୋପଣ ବିଫଳତାକୁ ନେଇ ଷ୍ଟାଟସ୍ ରିପୋର୍ଟ ମାଗିଲେ ଡିଏମଇଟି । ଏସସିବି ଡିନ ଓ ସୁପରିଟେଣ୍ଡଙ୍କୁ ଚିଠି ଲେଖି ତୁରନ୍ତ ରିପୋର୍ଟ ଦେବାକୁ କହିଛନ୍ତି । ବୁଧବାର ଏସସିବି କାହିଁକି ସୁଧାଂଶୁଙ୍କ କିଡନୀ ପ୍ରତିରୋପଣ ହୋଇ ପାରିଲା ନାହିଁ ସେନେଇ ତୁରନ୍ତ ରିପୋର୍ଟ ଦେବାକୁ କହିଛନ୍ତି ।

ବୁଧବାର କିଡନୀ ପ୍ରତିରୋପମ ପାଇଁ କଟକ ଏସସିବିରେ ପହଁଚିଥିଲା ସୁଧାଂଶୁଙ୍କ ଗୋଟିଏ କିଡନୀ । ମାତ୍ର ୧ ଘଂଟା ପରେ ପୁଣି ଭୁବନେଶ୍ୱର ଫେରିଆସିଥିଲା । ଭୁବନେଶ୍ୱର ଆପୋଲୋରେ ଶୁଧାଂଶୁଙ୍କ ଦୁଇଟି କିଡନୀ ଦୁଇ ଜଣଙ୍କ ଠାରେ ପ୍ରତିରୋପଣ ହୋଇଥିଲା ।