ଦେବଦଳନ ରଥରେ ବିଜେ କଲେ ଚକ୍ରରାଜ ଶ୍ରୀସୁଦର୍ଶନ । ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି ।

98

କନକ ବ୍ୟୁରୋ: ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଛି । ପ୍ରଥମେ ମହାପ୍ରଭୁଙ୍କ ଆୟୁଧ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇଛି । ଭେରି ତୁରୀ ବାଦ୍ୟ, ହରିବୋଲ ଧ୍ୱନୀ ଭିତରେ ମହାପ୍ରଭୁ ସୁଦର୍ଶନ ରତ୍ନ ବେଦୀରୁ ଆସି ଦେବୀଦଳନ ରଥରେ ବିଜେ କରିଛନ୍ତି ଶ୍ରୀସୁଦର୍ଶନ । ବ୍ରହ୍ମାଣ୍ଡ ନିୟନ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରି ଆସି ରଥରେ ବିଜେ କରିଛନ୍ତି ସୁଦର୍ଶନ ମହାପ୍ରଭୁ ।