ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ ମନୋଜ ମିଶ୍ରଙ୍କ ଇସ୍ତଫା

1,954

କନକ ବ୍ୟୁରୋ: ଇସ୍ତଫା ଦେଲେ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର । ଗୁରୁବାର ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ସୂଚନା ଦିଆଯାଇଛି । ତେବେ ୨୦୦୦ ବ୍ୟାଚର ଏହି ଆଇଏଏସ୍ ଅଫିସର ଦୀର୍ଘ ଦିନ ଧରି ଏହି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାମ କରୁଥିଲେ । ହେଲେ ଏବେ ସେ ଇସ୍ତଫା ଦେଇଛନ୍ତି ।