କନକ ନ୍ୟୁଜର ବଡ ପ୍ରଭାବ: ଖବର ପ୍ରସାରଣର ଦିନକ ପରେ ଫେରିଲା କୁକୁଡା ଟଙ୍କା, ମାଲକାନଗିରିରେ ଏସଏଚଜି ଗ୍ରୁପଙ୍କ ପାଖରୁ କୁକୁଡା ନେଇ ଟଙ୍କା ଫେରସ୍ତ କଲେ ଅସାଧୁ କର୍ମଚାରୀ

268

କନକ ବ୍ୟୁରୋ: କନକ ନ୍ୟୁଜର ବଡ ପ୍ରଭାବ । କୁକୁଡା ରୁଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ସମ୍ପର୍କିତ ଖବର କନକ ନ୍ୟୁଜରେ ପ୍ରସାରଣ ପରେ ଏସଏଚଜିଙ୍କୁ ଦିଆଯାଇଥିବା କୁକୁଡା ଫେରାଇ ନେବା ସହ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜମାଖାତାକୁ ଟଙ୍କା ଫରାଇ ଦେଇଛନ୍ତି ଅସାଧୁ କର୍ମଚାରୀ। ତେବେ ପ୍ରଶ୍ନ ଉଠୁଛି, କିଏ ସେଇ ସରକାରୀ ବାବୁ, ଯିଏ ଓଡିଶା ଜୀବିକା ମିଶନ ଠାରୁ ଆରମ୍ଭ କରି ପ୍ରାଣି ସମ୍ପଦ ବିଭାଗକୁ ପ୍ରଭାବିତ କରି ଏପରି ଲୁଟ ଜାରି ରଖିଥିଲେ। ସବୁକିଛି ଜଳଜଳ ହୋଇ ଦେଖାଯାଉଥିଲେ ବି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଭାଗୀୟ ଅଧିକାରୀଙ୍କ ହାତ ଯାଉନାହିଁ ।

ଅସୁଧା ଉପାୟରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଠକିଥିବା କର୍ମଚାରୀ କୁକୁଡା ଚିଆଁ ଫେରାଇ ନେବା ପରେ କୁକୁଡା ଫାର୍ମ ଖାଲି ପଡିଛି। ମାଲକାନଗିରି ଓ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଗାଁରେ ଏସଏଚଜି ଗ୍ରୁପକୁ ପ୍ରାୟ ୩୦ ହଜାର ଟଙ୍କାର ଏକ ହଜାର କୁକୁଡା ଚିଆଁ ଦେଇ ଏସଏଚଜି ମହିଳାଙ୍କ ଜମାଖାତାରୁ ୨ଲକ୍ଷେ ୪୦ହଜାର ଟଙ୍କା ଲୁଟି ନେଇଥିଲେ କିଛି ଅସାଧୁ କର୍ମଚାରୀ। ଏନେଇ ଗତ ୧ ତାରିଖରେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଆଜି ଟଙ୍କା ଫେଋୃ କରାଯାଇଛି ।

ଓଡିଶା ଜୀବିକା ମିଶନ ପକ୍ଷରୁ ରୁଣ କରାଇ ସବସିଡିରେ କୁକୁଡା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ପ୍ରାଣୀ ସମ୍ପଦ ବିଭାଗର ଜଣେ ଅଧିକାରୀ। ଗତ ଏପ୍ରିଲ ୧୯ରେ ଏସଏଚଜିଙ୍କ ଜମାଖାତାରେ ଜିପିଏଲଏଫ ଟଙ୍କା ଆସିଥିଲା ।୨୪ ଏପ୍ରିଲରେ ୨ଲକ୍ଷେ ୪୦ହଜାର ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରିନିଆଗଲା। ଏନେଇ ମହିଳାମାନେ ଅଭିଯୋଗ କରିଥିଲେ। ଆଉ କନକ ନ୍ୟୁଜରେ ଖବର ବାଜିବାର ଦିନକ ପରେ ସବୁ ଟଙ୍କା ଫେରାଇ ଦେଇଛନ୍ତି ସୁବ୍ରତ ଗୌଡ ନାମକ ବ୍ୟକ୍ତି ।