ଆଇପିଏଲରେ ମୁମ୍ବାଇର ଉତ୍କଣ୍ଠାପୂର୍ଣ୍ଣ ବିଜୟ : ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ହରାଇଲା ଦଳ; ଫର୍ମକୁ ଫେରିଲେ ରୋହିତ ଶର୍ମା

300

କନକ ବ୍ୟୁରୋ : ଲଗାତର ଦୁଇଟି ମ୍ୟାଚ୍ରେ ପରାଜୟ ପରେ ଜିତିଲା ମୁମ୍ବାଇ । ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କଲା ଦଳ । ଫର୍ମକୁ ଫେରିଲେ ଅଧିନାୟକ ରୋହିତ ଶର୍ମା । ୬୫ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ରୋହିତ । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଡେଭିଡ୍ ୱାର୍ଣ୍ଣର ଓ ଅକ୍ଷର ପଟେଲଙ୍କ ଅର୍ଦ୍ଧଶତକୀୟ ପାଳି ସହଯୋଗରେ ୧୭୩ ରନ୍ କରିଥିଲା ।

ଓପନର ଡେଭିଡ୍ ୱାର୍ଣ୍ଣର ୫୧ ରନ୍ କରିଥିବା ବେଳେ ପୃଥ୍ୱୀ ସ’ ୧୫ ରନ୍ କରି ଆଉଟ୍ ହୋଇଥିଲେ । ମନୀଷ ପାଣ୍ଡେ ୨୬ ଓ ଅକ୍ଷର ପଟେଲ ୫୪ ରନର ଇନିଂସ ଖେଳିଥିଲେ । ଜବାବରେ ମୁମ୍ବାଇ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଓପନର ରୋହିତ ଶର୍ମା ୬୫ ରନ୍ କରିଥିବା ବେଳେ ଇଶାନ କିଷନ ୩୧ ରନ୍ କରିଥିଲେ । ସେହିପରି ତିଲକ ଶର୍ମା କରିଥିଲେ ୪୧ ରନ୍ । ମୁମ୍ବାଇଠାରୁ ହାରିବା ପରେ ଦିଲ୍ଲୀ ଚଳିତ ଆଇପିଏଲରେ ଚତୁର୍ଥ ମ୍ୟାଚ୍ ହାରିଛି ।