ହେଲ୍ଥ ଟିପ୍ସ : କିପରି ନେବେ ଆଖିର ଯତ୍ନ ?

503

କନକ ବ୍ୟୁରୋ : କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ । ଆଉ ଏହି ସମ୍ପଦ ମଧ୍ୟରେ ସବୁଠୁ ଗରୁତ୍ୱପୂର୍ଣ୍ଣ ହେଉଛି ଆଖି । କାରଣ ଆଖିରେ ହିଁ ଆମେ ଦେଖୁ । ଯଦି ଆପଣଙ୍କର ଆଖି ଖରାପ ହୋଇଯାଉଛିି ଆପଣଙ୍କ ଦୃଷ୍ଟିଶକ୍ତି କମିଯାଉଛି ତେବେ ଏହା କେବଳ ଆପଣଙ୍କୁ ଶାରୀରିକ ସ୍ତରରେ କ୍ଷତି ପହଞ୍ଚାଇବନି ବଂର ଆପଣଙ୍କୁ ମାନସିକ ସ୍ତରରେ ମଧ୍ୟ ଦୁର୍ବଳ କରିଦେବ । ତେଣୁ ଆଖିର ଯତ୍ନ ନେବା ଆଜିର ଦୁନିଆରେ ସବୁଠୁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଖିର କିପରି ଯତ୍ନ ନେବେ ।

କିପରି ନେବେ ଆଖିର ଯତ୍ନ ?

– କନଷ୍ଟ୍ରକସନ୍, ଶକ୍ତି ଉତ୍ପାଦନ ଭଳି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ସୁରକ୍ଷିତ ଚଷମା ଲଗାନ୍ତୁ
– ସ୍ମାର୍ଟ ଫୋନ୍, ଲାପଟପ୍, ଆଦି ଅଧିକ ବ୍ୟବହାର କଲେ ଆଖି ଉପରେ ଚାପ ପଡିଥାଏ
– ତେଣୁ ମୋବାଇଲ, କମ୍ପ୍ୟୁଟର ଭଳି ଡିଜିଟାଲ ସାମଗ୍ରୀ କମ ବ୍ୟବହାର କରନ୍ତୁ
– ଆଖିକୁ ସର୍ବଦା ସ୍ୱଚ୍ଛ ରଖିବାକୁ ପ୍ରୟାସ କରିବା ଆବଶ୍ୟକ
– ମୁହଁରେ ହାତ ଲଗାଇବା ପୂର୍ବରୁ ପ୍ରତିଦିନ ହାତ ସଫା କରନ୍ତୁ
– ଆଖିକୁ ହାତରେ ଛୁଅନ୍ତୁ ନାହିଁ
– ଆଖିକୁ ସ୍ପର୍ଷ କରିବାକୁ ପରିସ୍କାର ଗାମୁଛା, ରୁମାଲ ବ୍ୟବହାର କରନ୍ତୁ
– ସୂର୍ଯ୍ୟଙ୍କ କିରଣଠୁ ଆଖିକୁ ସୁରକ୍ଷା ଦିଅନ୍ତୁ
– ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମୀ ଆପଣଙ୍କ ଆଖିକୁ ଖରାପ କରିଦେଇପାରେ
– ତେଣୁ ବାହାରକୁ ଗଲେ ୟୁଭି(ଅତିବାଇଗଣି) ରଶ୍ମୀଠୁ ସୁରକ୍ଷା ପ୍ରଦାନ କରୁଥିବା ସନଗ୍ଲାସ୍ ପିନ୍ଧନ୍ତୁ
– ଆଖିକୁ ସୁରକ୍ଷିତ ରଖିବା ପାଇଁ ସ୍ୱାସ୍ଥ୍ୟକର ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ
– ସବୁଜ ପନିପରିବା, ମାଛ, ବାଦାମ ଖାଦ୍ୟରେ ସାମିଲ କରନ୍ତୁ
– ଏହା ଆପଣଙ୍କ ଆଖିର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିଥାଏ
– ଯଦି ଦେଖିବାରେ କୌଣସି ଅସୁବିଧା ହେଉଛି ଆଖି ପରୀକ୍ଷା କରାଇନିଅନ୍ତୁ
– ଆଖି ପରୀକ୍ଷା ପରେ ଆବଶ୍ୟକ ପଡିଲେ ଚଷମା ପିନ୍ଧନ୍ତୁ