ଦ୍ୱିତୀୟ ଇଂନିସରେ ଭାରତ ୨୫୫ ରନରେ ଅଲଆଉଟ: ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ

119

କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନ । ଆଜି ଭାରତ ତାର ଦ୍ୱିତୀୟ ଇଂନିସ ଶେଷ କରିଛି । ଭାରତ ୨୫୫ ରନରେ ଅଲଆଉଟ ହୋଇଛି । ଏହାସହ ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ ଦେଇଛି ଭାରତ । ଏବେ ଇଂଲଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରି ଏହି ବିଜୟ ଲକ୍ଷ୍ୟକୁ ପୂରା କରିବାକୁ ପଡିବ ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇଂନିସରେ ଭାରତ ପକ୍ଷରୁ ଜୟସ୍ୱାଲ ଦମଦାର ବ୍ୟାଟିଂ କରି ଦ୍ୱିଶତକ ହାସଲ କରିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିପାରିନଥିଲେ । ତେଣୁ ଦଳ ୩୯୬ ରନରେ ଅଲଆଉଟ ହୋଇଯାଇଥିଲା । ସେହିପରି ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୨୫୩ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷ ଜ୍ୟାକ କ୍ରଲେ ୭୬ ଓ ଷ୍ଟୋକ୍ସ ୪୭ ରନ କରିଥିଲେ ।

ଭାରତର ଦ୍ୱିତୀୟ ଇଂନିସରେ ଶୁଭମନ ଗିଲ ସର୍ବାଧିକ ୧୦୪ ରନ କରିଛନ୍ତି । ସେହିପରି ଅକ୍ଷର ପଟେଲ ୪୫, ଶ୍ରେୟାସ ଆୟର ୨୯ ଓ ଅଶ୍ୱିନୀ ୨୯ ରନ କରିଥିଲେ । ଏବେ ୩୯୯ ରନର ଟାର୍ଗେଟକୁ ପିଛା କରି ବ୍ୟାଟିଂ ଜାରି ରଖିଛି ଇଂଲଣ୍ଡ ଦଳ ।