କାଲିଠୁ ବିଧାନସଭାର ବଜେଟ ଅଧିବେଶନ: ଆଜି ବସିବ ସର୍ବଦଳୀୟ ବୈଠକ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ କଂଗ୍ରେସର ରଣନୀତି

78

କନକ ବ୍ୟୁରୋ: ବିଧାନସଭାରେ ସରକାରଙ୍କୁ ଘେରିବାକୁ କଂଗ୍ରେସର ରଣନୀତି । ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ଯୋଜନା କରିଛି ଦଳ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଧର୍ମକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ରାଜନୀତି କରୁଛନ୍ତି । ଗୃହରେ ଏକଥା ଉଠାଇବ କଂଗ୍ରେସ । ଏହା ସହ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ୪୨ ଶହ କୋଟି ଟଙ୍କାର ହିସାବ ଦେବାକୁ ପଡ଼ିବ ବୋଲି କହିଛନ୍ତି ନରସିଂହ ମିଶ୍ର । ସେପଟେ ବିଜେଡି ବିଧାୟକ କହିଛନ୍ତି, ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ସେହି ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ବିରୋଧୀଙ୍କ ଠାରୁ ଗଠନମୂଳକ ସହଯୋଗ ଆଶା କରୁଛୁ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବିଧାୟକ ଦଳ ବୈଠକରେ ଯାହା ନିର୍ଦ୍ଦେଶ ଦେବେ ସେହି ପ୍ରସଙ୍ଗ ଗୃହରେ ଉଠାଇବୁ ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ଆସନ୍ତାକାଲି ଷୋଡଶ ବିଧାନସଭାର ଅନ୍ତିମ ଅଧିବେଶନ । ଅଧିବେଶନ ଆରମ୍ଭର ଦିନକ ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ବାଚସ୍ପତି ପ୍ରମିଳା ମଲ୍କିକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବିଧାନସଭା କିଭଳି ସୁରୁଖୁରରେ ଚାଲିବ ସେ ନେଇ ଆଲୋଚନା ହେବ । ଫେବୃଆରୀ ୧୩ ଯାଏ ଚାଲିବ ଏହି ଅଧିବେଶନ । ଏହି ସମୟରେ କାମଚଳା ବଜେଟ୍ ଆସିବ । ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ । ତେଣୁ ବିଧାନସଭା ସରଗରମ ରହିବ । ଉଭୟ ବିଜେଡି, ବିଜେପି ଏବଂ କଂଗ୍ରେସ ଦଳ ମଧ୍ୟ ବିଧାୟକ ଦଳର ବୈଠକ କରି ଅଧିବେଶନ ପାଇଁ ପ୍ରସ୍ତୁତ ହେବେ ବୋଲି ଜଣାପଡିଛି ।