ଅସହ୍ୟ ଗ୍ରୀଷ୍ମପ୍ରବାହ :ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ । ୪୦ ଡିଗ୍ରୀ ଉପରେ ୨୭ ସହରର ତାପମାତ୍ରା ।

148

କନକ ବ୍ୟୁରୋ: ରାଜ୍ୟରେ ଅସହ୍ୟ ହେଲାଣି ଗ୍ରୀଷ୍ମପ୍ରବାହ, ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ଉପକୂଳରୁ ଉପାନ୍ତଯାଏଁ ପାରଦ ଉପରମୁହାଁ ରହିଥିବା ବେଳେ ସକାଳ ଆରମ୍ଭରୁ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୨୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେର୍କଡ କରାଯାଇଥିବା ବେଳେ ୪୪.୩ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତପ୍ତ ସହର ପାଲଟିଛି ।

ଏପ୍ରିଲ ମାସରେ କ୍ରମାଗତ ୧୪ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମଙ୍କସର ଶେଷ ଦୁଇ ଦିନରେ ଏହା ଶିଖର ଛୁଇଁବ । ମେ ପ୍ରଥମ ସପ୍ତାହରୁ ତାପମାତ୍ରାରେ ସାମନ୍ୟ ହ୍ରାସ ଘଟିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମାଝଡ଼ ପ୍ରଭାବରେ ମେ ପହିଲାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ତେବେ ତାପମାତ୍ରା କମିଲେ ମଧ୍ୟ ଉଷ୍ମ ଓ ଆଦ୍ର ସ୍ଥିତି ସେମିତି ରହିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।