ସରିପାରୁନି ଯୋଡାର ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ । ବାକି ପଡିଛି ସର୍ଭିସ ରୋଡ କାମ । ଅଧାରେ ପଡିଛି ପାଇପ ଲାଇନ୍

182

କନକ ବ୍ୟୁରୋ: ସରିପାରୁନି ଯୋଡା ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାମ । କେନ୍ଦୁଝର ଯୋଡା ସହରର ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାମରେ ବାଧା ଉପୁଜିଥିବା ବେଳେ ନିର୍ମାଣ ସରିପାରୁନି । ଉଦଘାଟନ ପାଇଁ ପ୍ରଶାସନ ସଜବାଜ ହେଉଛି ହେଲେ ଏପର୍ଯ୍ୟନ୍ତ ପାଇପ୍ ଲାଇନ୍ କାମ ସରିନି । ଦାୟିତ୍ୱ ନେଇଥିବା କିଛି କମ୍ପାନୀଙ୍କ ସର୍ଭିସ ରୋଡ କାମ ବାକି ରହିଛି । ସର୍ଭିସ ରୋଡରେ ପାଇପ୍ ଲାଇନ୍ ବିଛାଇବାରୁ ନେଇ ବିଦ୍ୟୁତ ଖୁଣ୍ଟ ଓ ତାର ହଟାଇବା ଆଦି ମୁଖ୍ୟ ସମସ୍ୟା ଯୋଗୁ ଫ୍ଲାଏ ଓଭର କାମ ସମ୍ପୁର୍ଣ୍ଣ ହେବାରେ ବାଧା ଉପୁଜିଛି । ପ୍ରକଳ୍ପ କାମ ସମ୍ପୁର୍ଣ୍ଣ ହେଲେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ । ହେଲେ ଅବଧି ପୁରିଯାଇଥିଲେ ବି ଫ୍ଲାଏ ଓଭର କାମ ପୁରା ହେବାର ନାଁ ନେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ଯୋଡା ଫ୍ଲାଏ ଓଭର ବ୍ରିଜ୍ କାମ ସମ୍ପୁର୍ଣ୍ଣ ହୋଇପାରୁନି । ପ୍ରାୟ ୩ କିଲୋମିଟର ଲମ୍ବା ଏହି ବ୍ରିଜ୍ କାମ ୨୦୨୧ରେ ଆରମ୍ଭ ହୋଇଛି । ୨୦୨୩ ସୁଦ୍ଧା କାମ ସରିବା କଥା । ହେଲେ ଅବଧି ପୁରିଯାଇଥିଲେ ବି ସ୍ଲରୀ ପାଇପ୍ ଲାଇନ୍ ବିଛାଇବାରେ ବିଳମ୍ବ ଯୋଗୁ କାମ ସରିପାରୁନି । ସର୍ଭିସ ରୋଡ କାମ ଓ ପାଇପ୍ ଲାଇନ୍ କାମରେ ବିଳମ୍ବ ଯୋଗୁ କାମ ଆଗେଇ ପାରୁନି । ତାସହିତ ଟ୍ରାଫିକ୍ ସମସ୍ୟାକୁ ମଧ୍ୟ ଦାୟୀ କରାଯାଇଛି । ଉଦଘାଟନ ପାଇଁ ସଜବାଜ ଚାଲିଥିବା ବେଳେ ଫ୍ଲାଏ ଓଭର ବ୍ରିିଜ୍ କାମ ପଦ୍ମ ଘୁଞ୍ଚିଲା ଭଳି ଘୁଞ୍ଚି ଘୁଞ୍ଚି ଯାଉଛି । ଏହି ପ୍ରକଳ୍ପ କାମ ନେଇ ଅଯଥା ବିଳମ୍ବ ହେଉଛି ।

ତେବେ ଯୋଡା ଫ୍ଲାଏ ଓଭର ବ୍ରିଜ୍ କାମ ଖୁବଶୀଘ୍ର ସରିଗଲେ ଖୁବଶୀଘ୍ର ଉଦଘାଟନ କରାଯିବ । ଯାହାକୁ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ଲୋକେ ।