କଟକକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ବକ୍ସ ଡ୍ରେନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

150

କନକ ବ୍ୟୁରୋ: କଟକକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ୪୫୦ କୋଟି ଟଙ୍କାରେ ନିର୍ମିତ ବକ୍ସ ଡ୍ରେନର ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବକ୍ସିବଜାର ଉଦ୍ଧ୍ୱୁର୍ ଲାଇବ୍ରେରୀଠାରୁ ବଜ୍ର କବାଟି ଚାରି ଛକ ପର୍ଯ୍ୟନ୍ତ ବକ୍ସ ଡ୍ରେନର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି । ପୂର୍ବରୁ ଏହି ଡ୍ରେନ ମୁକୁଳା ପଡିଥିବାରୁ ରାସ୍ତା ଓସାର ହୋଇପାରୁନଥିଲା । ୨୦୧୨ରେ ଏହି ଡ୍ରେନର ନିର୍ମାଣ ନେଇ ନବୀନ ଘୋଷଣା କରିଥିଲେ । ୧୦ ବର୍ଷ ପରେ କାର୍ଯ୍ୟ ଶେଷ ହେଇଛି । ଏହି ଅବସରରେ କଟକ ୨୭ ଶହ ୩୩ ଜଣ ବସ୍ତିବାସିନ୍ଦାଙ୍କୁ ଭୂମି ପ୍ରମାଣପତ୍ର ପ୍ରଦାନ କରାଯାଇଛି ।