ଛତିଶଗଡ଼ ବିଜାପୁରରେ ଜଳିଗଲା ଆବାସିକ ବିଦ୍ୟାଳୟ । ନିଆଁରେ ପୋଡ଼ି ହୋଇ ଜଣେ ଛାତ୍ରୀ ଜୀବନ୍ତ ଦଗ୍ଧ, ୩୦ରୁ ଅଧିକ ଛାତ୍ରୀଙ୍କୁ ଉଦ୍ଧାର କଲେ ଗାଁ ଲୋକ

224

କନକ ବ୍ୟୁରୋ : ଛତିଶଗଡ ବିଜାପୁରରେ ଘଟିଛି ଅଭାବନୀୟ ଘଟଣା । ଏକ ଆବାସିକ ବିଦ୍ୟାଳୟରେ ନିଆଁ ଲାଗିଯିବା କାରଣରୁ ଜଣେ ଛାତ୍ରୀ ନିଆଁରେ ପୋଡି ମୃତ୍ୟୁବରଣ କରିଛନ୍ତି । ଏହାସହ ୩୦ରୁ ଅଧିକ ଛାତ୍ରୀଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ନକ୍ସଲ ପ୍ରଭାବିତ ଛତିଶଗଡର ଏହି ସ୍କୁଲ ଘରଟି ବାଉଁଶରେ ନିର୍ମାଣ ହୋଇଥିଲା । ହେଲେ କୌଣସି କାରଣରୁ ହଠାତ ଏହି ଆବାସିକ ବିଦ୍ୟାଳୟରେ ନିଆଁ ଲାଗିଯାଇଥିଲା । ଗ୍ରାମବାସୀ ଏହା ଜାଣିବା ପରେ ତୁରନ୍ତ ଘର ଭିତରୁ ଛାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଛନ୍ତି । ଗ୍ରାମବାସୀଙ୍କ ସହାୟତାରେ ୩୦ ରୁ ଅଧିକ ଛାତ୍ରୀ ଉଦ୍ଧାର ହୋଇଥିଲେ ବି ଜଣେ ଛାତ୍ରୀ ନିଆଁରେ ପୋଡି ମୃତ୍ୟୁବରଣ କରିଛନ୍ତି ।