ସଂପର୍କ ଉପରେ ଭାରି ପଡିଲା ଭୋକର ଜ୍ୱାଳା । ଖାଇବାକୁ ଦେଇ ନପାରି ୯ ବର୍ଷର ନାତୁଣୀକୁ ସରକାରଙ୍କ ହାତକୁ ଟେକିଦେଲା ଅସହାୟ ଜେଜେବାପା

445

କନକ ବ୍ୟୁରୋ : ଜେଜେ-ନାତୀନାତୁଣୀଙ୍କ ସଂପର୍କ ସବୁଠାରୁ ଭିନ୍ନ ସଂପର୍କ । ସ୍ନେହ-ଶ୍ରଦ୍ଧା ଓ ସମ୍ମାନର ସଂପର୍କ । ହେଲେ ଯେତେବେଳେ ନାତୁଣୀର ଭୋକ ମେଂଟାଇ ନପାରି ଜଣେ ଜେଜେ, ପିଲାଟିକୁ ପ୍ରଶାସନ ହାତକୁ ଟେକି ଦିଅନ୍ତି, ସେତେବେଳେ କିଏ ବା କେମିତି କୋହ ସମ୍ଭାଳି ପାରିବେ । ଆଖି ଓଦା ହୋଇଯାଉଛି, ନାତୁଣୀକୁ ଛାଡିବାକୁ ଇଛା ହେଉନାହିଁ, ଅନିଛା ସତ୍ୱେ ଦାରିଦ୍ର୍ୟ ପାଇଁ ୯ ବର୍ଷର ନାତୁଣୀକୁ ଜିଲ୍ଲା ପ୍ରଶାସନ ହାତରେ ଟେକି ଦେଇଛନ୍ତି ବରଗଡ ଜିଲ୍ଲା ଝାରବନ୍ଧ ଥାନା ଶାଖାଡୁଙ୍ଗୁରି ଗାଁର ମୁକୁନ୍ଦ ବନେଛାର । ଦୁର୍ଘଟଣାରେ ପୁଅର ଦେହାନ୍ତ ହେବା ପରେ ବୋହୂ ମାନସିକ ଭାରସ୍ୟାମ ହରାଇ କୁଆଡେ ଚାଲିଯାଇଛନ୍ତି ।