ଏନସିଆରବି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍: ୨୦୨୧ ତୁଳନାରେ ୨୦୨୨ରେ ବଢ଼ିଛି ମହିଳା ବିରୋଧୀ ଅପରାଧ

115

କନକ ବ୍ୟୁରୋ: ଏନସିଆରବି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ । ୨୦୨୧ ତୁଳନାରେ ୨୦୨୨ରେ ବଢ଼ିଛି ମହିଳା ବିରୋଧୀ ଅପରାଧ । ୨୦୨୨ରେ ୧ଲକ୍ଷ ୭୮ ହଜାର ୧୯୦ଟି ମହିଳା ବିରୋଧରେ ଅପରାଧ ମାମଲା ରୁଜୁ ହୋଇଛି । ସେହିପରି ଶିଶୁ ବିରୋଧ ଅପରାଧରେ ୬ନମ୍ବରରେ ରହିଛି ଓଡ଼ିଶା । ୨୦୨୨ରେ ୮ହଜାର ୨୪୦ଟି ଶିଶୁ ବିରୋଧ ମାମଲା ରୁଜୁ ହୋଇଥିଲା । ବର୍ତମାନ ସମୟରେ ପ୍ରତି ଘଂଟାରେ ୨ଜଣ ଓ ପ୍ରତ୍ୟେକ ଦିନ ୧୨ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି କିନ୍ତୁ ବର୍ଷକୁ ମାତ୍ର ୧୨ ଜଣ ଦଣ୍ଡିତ ହେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଫାଷ୍ଟ୍ରାକ୍ କୋର୍ଟ ଗଠନ କରି ତ୍ୱରିତ ନ୍ୟାୟ ଏବଂ କାର୍ଯ୍ୟାନୁଷ୍ଠାନରେ ବିଫଳ ଯୋଗୁଁ ମାମଲା ସଂଖ୍ୟା ବଢ଼ୁଥିବା କହିଛି ବିଜେପି । ଏବେ ବି ୯୬ ପ୍ରତିଶତ ମହିଳା ବିରୋଧୀ ମାମଲା କୋର୍ଟରେ ପଡ଼ି ରହିଛି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ବିଜେପି ଦାବି କରିଛି । ସେପଟେ ବିଜେଡ଼ି ମଧ୍ୟ ଏହକୁ ନେଇ ପ୍ରତିକ୍ରିୟା ରଖିଛି । ମଣିପୁର ହିଂସା ଘଟଣା ଉଠାଇ ବିଜେପିକୁ ଟାର୍ଗେଟ୍ କରିଛି ।