ସୁପ୍ରିମକୋର୍ଟରେ ପହଁଚିଲା କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା: ଆସନ୍ତା ସପ୍ତାହରେ ଶୁଣାଣୀ କରିବେ କୋର୍ଟ

154

କନକ ବ୍ୟୁରୋ: ସେନା ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହା ବିରୋଧରେ ଆଇନଜୀବୀ ଏମ.ଏଲ ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏହି ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ଆଜି ରାଜି ହୋଇଛନ୍ତି ସୁପ୍ରିମକୋର୍ଟ ।ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଜେ,ଜେ କହିଛନ୍ତି ଆସନ୍ତା ସପ୍ତାହରେ ମାମଲାର ଶୁଣାଣୀ ହେବ । ଏହି ଆବେଦନରେ ଉଲ୍ଲେଖ କରାଯାଇଛି, ୨ ବର୍ଷ ଧରି ବାୟୁସେନାର ନିଯୁକ୍ତି ଅପେକ୍ଷା କରିଥିବା ଆଶାୟୀମାନେ ଆଶଙ୍କା କରୁଛନ୍ତି ଯେ ସେମାନଙ୍କର ୨୦ ବର୍ଷର କ୍ୟାରିୟର ଚାରି ବର୍ଷରେ ଶେଷ ହୋଇଯିବ । ଆବେଦନରେ କୁହାଯାଇଛି ଯେ ୨୦୧୭ରେ ୭୦ ହଜାରରୁ ଅଧିକ ଆଶାୟୀଙ୍କୁ ତାଲିମ ଦିଆଯାଇଥିଲା । ତାଲିମ ପରେ ଆଶାୟୀମାନଙ୍କୁ ନିଯୁକ୍ତି ପତ୍ର ମିଳିବ ବୋଲି ନିଶ୍ଚିତ କରାଯାଇଥିଲା । ଅଗ୍ନିପଥ ଯୋଜନା ଆରମ୍ଭ ହେବା ପରେ ସେମାନଙ୍କ ଭବିଷ୍ୟତ ବିପଦରେ ପଡ଼ିଛି ।