ମହାରାଷ୍ଟ୍ର ବିଧାନସଭା ଆସ୍ଥା ଭୋଟ ଜିତିଲେ ସିନ୍ଦେ ସରକାର: ଏକନାଥ ସିନ୍ଦେଙ୍କ ସପକ୍ଷରେ ଭୋଟ ଦେଲେ ୧୬୪ ବିଧାୟକ

152

କନକ ବ୍ୟୁରୋ: ଦୀର୍ଘ ୨ ସପ୍ତାହର ଛକାପଂଝା ପରେ ମହାରାଷ୍ଟ୍ରରେ ବିଦ୍ଧିବଦ୍ଧ ଭାବେ ଏକନାଥ ସିନ୍ଦେ ସରକାର ଶାସନ ଭାର ସମ୍ଭାଳିଛି । ବିଜେପି ସମର୍ଥନରେ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଥିଲେ । ଅନ୍ୟପଟେ ସୋମବାର ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ମଧ୍ୟ ସେ ବାଜି ମାରିଛନ୍ତି । ସିନ୍ଦେଙ୍କ ସପକ୍ଷରେ ୧୬୪ ଜଣ ବିଧାୟକ ଭୋଟ ଦେଇଥିବାବେଳେ ବିରୋଧୀଙ୍କୁ ମିଳିଛ କେବଳ ୯୯ ଭୋଟ ।

ମହାରାଷ୍ଟ୍ର ବିଧାନସଭାରେ ବାଜି ମାରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସୋମବାର ହୋଇଥିବା ଆସ୍ଥା ଭୋଟରେ ସିନ୍ଦେଙ୍କୁ ମିଳିଛି ୧୬୪ ଖଣ୍ଡ ଭୋଟ । ସବୁଠୁ ରୋଚକ କଥା ହେଉଛି ଶିବସେନାର ସହଯୋଗୀ ସନ୍ତୋଷ ବାଙ୍ଗଗର ଉଦ୍ଧବ ଠାକରେଙ୍କ ହାତ ଛାଡି ସିନ୍ଦେଙ୍କ ସପକ୍ଷରେ ଭୋଟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଆସ୍ଥା ଭୋଟ ସମୟରେ ଏନସିପି ଓ କଂଗ୍ରେସ ବିଧାୟକ ଇଡିର ନାରା ଦେଇ ଗୃହର ମାହୋଲରେ ଉଷ୍ମତା ବୃ୍ଦ୍ଧି କରିଥିଲେ । ସେପଟେ ଏମାନଙ୍କୁ ପାଲଟା ଜବବା ଦେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନିଭସ ବଡ ବୟାନ ଦେଇଛନ୍ତି । ଗୃହରେ ଫଡନଭିସ କହିଛନ୍ତି ମହାରାଷ୍ଟ୍ରରେ ନୂଆ ସରକାର ପଛରେ ରହିଛି ଇଡିର ହାତ । ଇଡି ଅର୍ଥାତ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନଭିସ ।

ଆସ୍ଥା ଭୋଟରେ କଂଗ୍ରେସର ବିଜୟ ୱାଡେଟିୱାର ଓ ଜୀଶାନ ସିଦ୍ଧିକ ଅଂଶଗ୍ରହଣ କରିନଥିଲୋ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଆସ୍ଥା ଭୋଟ ପରେ ଗୃହରେ ପହଁଚିଥଲେ । ଏନସିପିର ସଂଗ୍ରାମ ଜଗତପଙ୍କ ମଧ୍ୟ ଅନୁପସ୍ଥିତ ରହିଥିଲେ । ସବୁଠୁ ରୋଚକ କଥା ହେଉଛି ଆସ୍ଥା ଭୋଟ ପୂର୍ବରୁ ଶିବସେନା ବିଧାୟକ ସନ୍ତୋଷ ବାଙ୍ଗର ସିନ୍ଦେ କ୍ୟାମ୍ପରେ ମିଶିଥିଲେ । ସନ୍ତୋଷଙ୍କୁ ମିଶାଇ ସିନ୍ଦେଙ୍କ ନିକଟରେ ମୋଟ ୪୦ଜଣ ବିଧାୟକଙ୍କ ସମର୍ଥନ ରହିଛି । ସେପଟେ ଶିବସେନା କହିଛି ଦଳ ପୂର୍ବ ପରି କାମ କରିବ ଓ ଆଗକୁ ଅଧିକ ମଜବୁତ ହେବ । ଦଳକୁ ଭାଙ୍ଗିବା, ବିଶ୍ୱାସଘାତର ଜବାବ ସମୟ ଦେବ ।

ରବିବାର ମହାରାଷ୍ଟ୍ର ବିଧାନସଭାରେ ଏକାନାଥ ସିନ୍ଦେ ଗୋଷ୍ଠୀ ବିଜେପି ସହିତ ମିଶି ନୂଆ ବାଚସ୍ପତି ରାହୁଲ ନର୍ବେକରଙ୍କୁ ବିଜୟୀ କରିଛି । ସେହିପରି ସିନ୍ଦେ କ୍ୟାମ୍ପର ଭରତ ଗୋଗାୱାଲେଙ୍କୁ ମୁଖ୍ୟ ସଚେତକ ଭାବେ ସିକୃତି ଦିଆଯାଇଛି । ଏହି ସବୁ ଘଟଣା ଭିତରେ ଉଦ୍ଧବ ସରକାରଙ୍କ ସମସ୍ୟା କମ ହୋଇଛି । ଉଦ୍ଧବଙ୍କ ୧୬ଜଣ ବିଧାୟକଙ୍କ ପାଇଁ ହ୍ୱିପ ଜାରି କରିଥିଲା ।

ଉଦ୍ଧବ ଠାକରେଙ୍କ ସରକାରରେ ସିନ୍ଦେ କ୍ୟାବିନେଟ ମନ୍ତ୍ରୀ ଥିଲେ । କିନ୍ତୁ ୪୦ଜଣ ବିଧାୟକଙ୍କୁ ନେଇ ବିଦ୍ରୋହ କରିବାରୁ ଉଦ୍ଧବ ସରକାର ଭାଙ୍ଗିଯାଇଥିଲା । ଏହା ପରେ ବିଜେପି ସମର୍ଥନରେ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ସହ ନିଜକୁ ପ୍ରକୃତ ଶିବସେନ÷କ ଭାବେ ଦାବି କରୁଛନ୍ତି । ଏସବୁ ଭିତରେ ସୋମବାର ଆସ୍ଥା ଭୋଟରେ ମଧ୍ୟ ସଂଖ୍ୟା ଗରିଷ୍ଠତା ପ୍ରମାଣ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ।