ଏନପିଏସ ଠାରୁ ନେଇ ଡେବିଟ୍ କାର୍ଡ ପର୍ଯ୍ୟନ୍ତ, ଏପ୍ରିଲ ପହିଲାରୁ ବଦଳିବାକୁ ଯାଉଛି ଏହି ୫ଟି ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କିଭଳି ପଡିବ ପ୍ରଭାବ

652

କନକ ବ୍ୟୁରୋ : ମାର୍ଚ୍ଚମାସ ଶେଷ ହେବାକୁ ଯାଉଛି । ଦୁଇଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବା ସହ ଆର୍ଥିକ ବର୍ଷ ୨୦୨୪-୨୫ର ଆମ୍ଭ ହେବ । ଏହି କ୍ରମରେ କିଛି ନିୟମର ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ଉପରେ ପଡିବ । ଏବେ ଆସନ୍ତୁ ଜାଣିବା ଏପ୍ରିଲ ପହିଲାରୁ କେଉଁ କେଉଁ ନିୟମର ପରିବର୍ତନ ହେବାକୁ ଯାଉଛି ।

ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଏପ୍ରିଲ ପହିଲାରୁ ଡେବିଟ୍ କାର୍ଡର ବାର୍ଷିକ ପରିଚାଳନା ଦେୟ ବୃଦ୍ଧି କରିବାକୁ ଯାଉଛି । ଏହା ଆପଣଙ୍କ ପାଖରେ ଥିବା ଏସବିଆଇ କାର୍ଡର ପ୍ରକାର ମୁତାବକ ଲାଗୁ ହେବ ।

ପେନସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧୀକରଣ ଏନପିଏସରେ ଆଧାର ବେସଡ-ଲଗିନ ଅଥଣ୍ଟିକେସନ ଲାଗୁ କରିବାକୁ ଯାଉଛି । ଏହା ଏପ୍ରିଲ ପହିଲା ଠାରୁ ଲାଗୁ ହେବ ।

ସରକାରଙ୍କ ତରଫରୁ ପ୍ରତିମାସର ଆରମ୍ଭରେ ଏଲପିଜି ଦାମ ନିର୍ଦ୍ଧାରଣ କରିଥାନ୍ତି । ସରକାରୀ ତୈଳ କମ୍ପାନୀମାନେ ଏଲପିଜି ସିଲିଣ୍ଡର ସହ ବ୍ୟବସାୟୀକ ସିଲିଣ୍ଡର ଦାମର ପରିବର୍ତ୍ତନ କରିପାରନ୍ତି    । ହେଲେ ଆଗକୁ ନିର୍ବାଚନ ଥିବାରୁ ଏଲପିଜି ସିଲିଣ୍ଡର ଉପରେ ଦାମ ପରିବର୍ତ୍ତନ ନେଇ ଆଶା କମ୍ ରହିଛି ।

ଓଲା ମନି ୱାଲେଟ ତାର ଗ୍ରାହକଙ୍କୁ ସୂଚାଇ ଦେଇଛି କି, ୨୦୨୪ ଏପ୍ରିଲ ପହିଲା ଶରୁ ‘ଫୁଲ ନୋ ୟୋର କଷ୍ଟମର ୱାଲେଟ’ ରୁ ସ୍ମଲ ପ୍ରିପେଡ ଇନଷ୍ଟ୍ରୁମେଣ୍ଟକୁ ସିଫ୍ଟ କରିବ । ଏଥିରେ ଗ୍ରାହକଙ୍କୁ କେୱାଇସି ପ୍ରୋସେସ ପାଇଁ ଲାଗୁଥିବା ସମୟ ଓ ଖର୍ଚ୍ଚ କମ ହେବ ।