ମୋଦୀ ଓ ବିଲଗେଟସଙ୍କ ବୈଠକ । ଦେଶର ପ୍ରଯ୍ୟୁକ୍ତି ବିଦ୍ୟା ଠାରୁ ମହିଳା ବିକାଶ ପର୍ଯ୍ୟନ୍ତ, ଜାଣନ୍ତୁ କଣ ହେଲା ଆଲୋଚନା

67

କନକ ବ୍ୟୁରୋ : ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟସ ଏକ ବୈଠକରେ ଅନେକ ଜରୁରୀ ବିଷୟରେ ଆଲୋଚନା କରିଛନ୍ତି । ଏହା ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା ଠାରୁ ଆରମ୍ଭ କରି, ବିଶ୍ୱ ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଭବିଷ୍ୟ ବ୍ୟବହାର ଉପେଯାଗୀ ଆଧୁନିକ ପ୍ରଯୁକ୍ତି ତଥା ମହିଳା ମାନଙ୍କ ସାମଗ୍ରିକ ବିକାଶ ଆଦି ବିଷୟକୁ ନେଇ ପୃଥିବୀର ଦୁଇ ବଡ ଲିଡର ଅନେକ କିଛି ବିଚାର ବିମର୍ଶ କରିଛନ୍ତି ।

ଭାରତ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ କରୁଥିବା ଅଗ୍ରଗତି, ଖାସ କରି ଏଆଇ କ୍ଷେତ୍ରରେ ଭାରତର ଦକ୍ଷତା ବିକାଶକୁ ମଧ୍ୟ ବିଲ ଗେଟସ୍ ପ୍ରଶଂସା କରିଛନ୍ତି । ଭାରତର ନୂତନ ବଜେଟରେ ବଢୁଥିବା ଏଆଇର ଚାହିଦାକୁ ଆଖିରେ ରଖି ଏଥି ପାଇଁ ସ୍ୱତନ୍ତ୍ର ବଜେଟ ଅଣା ଯାଇଥିବା କଥା ଜଣାଇଥିଲେ । ଏହା ଛଡା ଗ୍ରାମୀଣ ମହିଳାଙ୍କୁ ଆର୍ଥିକ ସ୍ତରରେ ସ୍ୱାଧୀନ ତଥା ବିକାଶ ଦିଗରେ ଆଗେଇ ନେବା ପଇଁ ପ୍ରଧାନ ମନ୍ତ୍ରୀଙ୍କ ନମୋ ଡ୍ରୋନ ଦିଦି ପ୍ରୋଗ୍ରାମ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।

ଜଳ ବାୟୁ ପରିବର୍ତନ ଯୋଗୁଁ ସାରା ପୃଥିବୀ ନାହିଁ ନଥିବା ଅସୁବିଧା ଭୋଗୁଛି । ହେଲେ ଭବିଷ୍ୟତ ପୃଥିବୀକୁ ବଂଚାଇ ରଖିବା ପାଇଁ କିଭଳି ପୁନଃଚକ୍ରଣ ପଦ୍ଧତି ଆପଣେଇ ପାରୁଛି ଜଣାଇବା ପାଇଁ କୋପ୍ ୨୬ ସମ୍ମୀଳନୀରେ ନିଆ ଯାଇଥିବା ପଂଚାମୃତ ପ୍ରତିଜ୍ଞାକୁ ମନେ ପକାଇବା ସହ ପୁନଃଚକ୍ରଣ ପଦ୍ଧତିରେ ନିର୍ମିତ ଏକ ହାତ ତିଆରି ଜ୍ୟାକେଟ୍ ମଧ୍ୟ ଦେଖାଇ ଥିଲେ ।

କେବଳ ସୁବିଧା ନୁହେଁ ସବୁ ଅସୁବିଧା ବିଷୟରେ ମଧ୍ୟ ଆଲୋଚନା କରିବା ସହ ମୋଦୀ ଡିଜିଟାଲ କ୍ଷେତ୍ରରେ ଉନ୍ନତି ଯୋଗୁଁ ଭାରତ ଡିଜିଟାଲ ଡିଭାଇଡ ସମସ୍ୟା ଭାରତବାସୀଙ୍କୁ ଭୋଗିବାକୁ ଦେବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।