କୁଚିଣ୍ଡାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୁର୍ଗାମନ୍ଦିରରେ ପୂଜାର୍ଚ୍ଚନା ପରେ, ଆଇଟିଡିଏ ସମ୍ମିଳନୀ କକ୍ଷରେ ଆଲୋଚନା

78

କନକ ବ୍ୟୁରୋ : କୁଚିଣ୍ଡାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୁଚିଣ୍ଡା ସ୍ଥିତ ଦୁର୍ଗାମନ୍ଦିରରେ ପୂଜାର୍ଚ୍ଚନା ପରେ କୁଚିଣ୍ଡା ଉପଖଣ୍ଡ ସରକାରୀ ଅଧିକାରୀଙ୍କ ସହିତ ଆଇଟିଡିଏ ସମ୍ମିଳନୀ କକ୍ଷରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସହଯୋଗ ମନୋଭାବ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ପରେ କୁଚିଣ୍ଡା ଟାଉନ ହଲଠାରେ ଆୟୋଜିତ ବିଜୟ ସମ୍ବର୍ଦ୍ଧନା ସମାରୋହରେ ଯୋଗ ଦେଇ ଦେଇଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ, ସଂଗଠନ, ତଥା ବ୍ୟକ୍ତି ବିଶେଷ ଉଭୟ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ କ୍ୟାବିନେଟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଉପସ୍ଥିତ ଥିଲେ।