ଏହି ଦେଶଗୁଡିକ ପାଖରେ ରହିଛି ବିଶ୍ୱର ଶକ୍ତିଶାଳୀ ପାସପୋର୍ଟ: ଜାଣନ୍ତୁ, ଭାରତର ସ୍ଥାନ…

190

କନକ ବ୍ୟୁରୋ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଗୁଡିକର ଲିଷ୍ଟ ଜାରି ହୋଇଛି । ଲଣ୍ଡନର ଫର୍ମ ହେନେଲ ଆଣ୍ଡ ପାର୍ଟନର ୨୦୨୩ ପାଇଁ ଏହି ସୂଚୀ ଜାରି କରିଛି । ଏହି ଲିଷ୍ଟ ସବୁଠାରୁ ଶକ୍ତିଶାଳୀ ଆଉ ସବୁଠାରୁ ଦୁର୍ବଳ ପାସପୋର୍ଟର ଲିଷ୍ଟ ଜାରି କରାଯାଇଛି । ଏହି ଲିଷ୍ଟରେ ୧୯୯ ଦେଶର ପାସପୋର୍ଟକୁ ସାମିଲ କରାଯାଇଛି । ଯେଉଁମାନେ ୨୨୭ ଦେଶକୁ ଯାତ୍ରା କରିପାରିବେ । ଇଣ୍ଟରନାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ ତରଫରୁ ଦିଆଯାଇଥିବା ଡାଟା ଆଧାରରେ ଏହି ରାଙ୍କିଙ୍ଗ କରାଯାଇଥାଏ ।

ହେନେଲ ପାସପୋର୍ଟ ଇନଡେକ୍ସ ଅନୁସାରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ହେଉଛି ଜାପାନର । ଏହାପରେ ଦ୍ୱିତୀୟ ସ୍ଥାନରେ ସିଙ୍ଗାପୁର ଓ ଦକ୍ଷିଣ କୋରିଆ ରହିଛନ୍ତି । ସେହିପରି ତୃତୀୟ ସ୍ଥାନରେ ଜର୍ମାନୀ ଆଉ ସ୍ପେନ ରହିଛନ୍ତି । ଚତୁର୍ଥ ସ୍ଥାନରେ ଫିନଲାଣ୍ଡ, ଇଟାଲୀ ଓ ଲକ୍ସମବର୍ଗ ରହିଛନ୍ତି । ଏହି ଲିଷ୍ଟରେ ଅଷ୍ଟ୍ରେଲିଆ, ଡେନମାର୍କ, ନେଦରଲାଣ୍ଡ ଓ ସ୍ୱିଡେନ ପଞ୍ଚମ ସ୍ଥାନରେ ରହିଛନ୍ତି ।

ହେନେଲ ପାସପୋର୍ଟ ଇନଡେକ୍ସ ଅନୁସାରେ ୨୦୨୩ରେ ଭାରତର ରାଙ୍କ ୮୫ ରେ ରହିଛି । ସେହିପରି ଏହି ଲିଷ୍ଟରେ ଭାରତର ପଡୋଶୀ ଦେଶ ଭୁଟାନ ୯୦ତମ ସ୍ଥାନରେ ରହିଛି । ସେହିପରି ଚୀନର ସ୍ଥାନ୬୬ ଆଉ ବାଂଲାଦେଶର ସ୍ଥାନ ୧୦୧ରେ ରହିଛି । ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଏହି ଲିଷ୍ଟରେ ବହୁତ ଖରାପ ପ୍ରଦର୍ଶନ କରିଛି । ପାକିସ୍ଥାନ ଏହି ଇନଡେକ୍ସରେ ୧୦୬ତମ ସ୍ଥାନରେ ରହିଛି । ପାକିସ୍ଥାନଠାରୁ ନେପାଳର ରାଙ୍କ ଭଲ ରହିଛି । ନେପାଳ ଏହି ଲିଷ୍ଟରେ ୧୦୩ତମ ସ୍ଥାନରେ ରହିଛି ।