ବେସରକାରୀ ଜାଗାରେ ସରକାରୀ ଅର୍ଥ । ପାଣି ସମସ୍ୟା ଦୂର କରିବା ନାଁରେ ନଳକୂଅ ହଡପ ଅଭିଯୋଗ 

38

କନକ ବ୍ୟୁରୋ: ଜୟପାଟଣାରେ ପାଣି ସମସ୍ୟା । ଆଉ ତାରି ଭିତରେ ଆସିଥିବା ନଳକୂଅ ହଡପ ନେଇ ଅଭିଯୋଗ । ପାଣିପାଇଁ ଲୋକେ ଡହଳବିକଳ ହେଉଥିବା ବେଳେ ସରକାରୀ ଅର୍ଥରେ ଆସିଥିଲା ନଳକୂଅ । ହେଲେ ସେହି ନଳକୂଅ ହଡପ କରାଯାଇ ବେସରକାରୀ ଫାର୍ମ ହାଉସରେ ଲଗାଯାଇଛି । ଜୟପାଟଣା ଉଛୁଳା ଗ୍ରାମ ପଞ୍ଚାୟତ ଘଣ୍ଟିଗୁଡା ଗ୍ରାମରେ ନୂଳକୂଅ ଖନନ ନେଇ ଏହି ସମସ୍ୟା ଉପୁଜିଛି । ଲୋକଙ୍କ ପିଇବାପାଣି ଯୋଗାଇବା ପାଇଁ  ଗୋଟିଏ ଶିବ ମନ୍ଦିର ପରିସରରେ  ଓ ଅନ୍ୟଟି  ଗାଁ ନିକଟରେ କରାଯିବାର ପ୍ରସ୍ତାବ ରହିଥିଲା । ହେଲେ ମନ୍ଦିର ପରିସରରେ  ଖନନ ହୋଇଥିବା ନଳକୂଅରେ ପୁରୁଣା ସରଞ୍ଜାମ ଲଗାଯାଇଥିବା ବେଳେ ବେସରକାରୀ ଫାର୍ମ ହାଉସରେ ଖନନ ସହ ସମସ୍ତ ପ୍ରିଣ୍ଟିଂ କରିଦିଆଯାଇଛି । ଯାହାକୁ ବିରୋଧ କରିବା ସହ ଗାଁର ଲୋକମାନେ ଉଠାଇଛନ୍ତି ପ୍ରଶ୍ନ ?

ନିୟମ ଅନୁସାରେ ନଳକୂଅ ଖୋଳାଯିବା ପୂର୍ବରୁ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥାଏ । ତା ସହିତ ସ୍ଥାନ ନିରୁପଣ ହୋଇଥାଏ । ହେଲେ କେଉଁ ଉଦ୍ଦେଶ୍ୟ ନେଇ ବେସରକାରୀ ସ୍ଥାନରେ ନଳକୂଅ ଖୋଳଯାଇଛି? ସାମିଲ ଥିବା ଅଧିକାରୀଙ୍କ ଓ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁ୍ଷ୍ଠାନ ନିଆଯିବ ତ?  ଏନେଇ ଉଠିଛି ପ୍ରଶ୍ନ । ପୂର୍ବରୁ ମଧ୍ୟ ଜୟପାଯଣା ରେ କାର୍ଯ୍ୟରତ ଯନ୍ତ୍ରୀଙ୍କ ନାଁରେ ଅନେକ ଅଭିଯୋଗ ହୋଇଛି । ହେଲେ କୌଣସି କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରାଯାଇନି । ଯାହାକୁ ନେଇ ଅସନ୍ତୋଷ ବଢିଚାଲିଛି ।

ଜୟପାଟଣାରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଅଧାପନ୍ତରିଆ ଭାବେ ଅନେକ ପାନୀୟ ପ୍ରକଳ୍ପରେ ଦୁର୍ନୀତି ହୋଇଛି । ଯାହାର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।