ବ୍ରିଟେନରେ ଆଜି ସଧାରଣ ନିର୍ବାଚନ । ଭୋଟ୍ ଆଗରୁ ହାର ମାନିଲେଣି ରୂଷି ସୁନକଙ୍କ କଂଜର୍ଭେଟିବ ପାର୍ଟି, ସରକାର ଗଢିବ ଲେବର ପାର୍ଟି !

414

କନକ ବ୍ୟୁରୋ : ଆଜି ବ୍ରିଟେନରେ ହେଉଛି ସଧାରଣ ନିର୍ବାଚନ । ଦୁଇ ପାର୍ଟି ବିଶିଷ୍ଟ ଏହି ଦେଶରେ ଏଥର ମୁହାଁ ମୁହିଁ ହେଉଛନ୍ତି ଗତ ନିର୍ବାଚନ ବିଜେତା କଂଜର୍ଭେଟିଭ ପାର୍ଟିର ରୂଷି ସୁନକ ଓ ଲେବର ପାର୍ଟିର କିର ଷ୍ଟାର୍ମର । ହେଲେ ଏଥର ସୁନକ ଭୋଟ ହେବା ଆଗରୁ ହିଁ ନିଜ ପାର୍ଟିର ପରାଜୟ ସ୍ୱୀକାର କରିବା ଆରମ୍ଭ କଲେଣି । ନିର୍ବାଚନୀ ପୂର୍ବ ସର୍ଭେରେ ମଧ୍ୟ ଏଥର ଲେବର ପାର୍ଟି ଜିତିବାର ସମ୍ଭାବନା ଅଧିକ ରହିଛି ବୋଲି ପ୍ରକାଶ ପାଇଥିଲା । ଏଥର ଲେବର ପାର୍ଟି କଡା ଟକ୍କର ଦେଉଥିବାରୁ ଟେନ୍ ଡାଉନିଂ ଷ୍ଟ୍ରିଟସର ଚାବି କିର ଷ୍ଟାର୍ମର ହାସଲ କରିବେ ବୋଲି ଆଶା କରା ଯାଉଛି ।

ପୋଲ୍ ସର୍ଭେର ଆକଳନ ଅନୁଯାୟୀ ଲେବର ପାର୍ଟିର ଷ୍ଟାର୍ମରଙ୍କର ଜିତିବାର ସୁଜୋଗ ଖୁବ ଅଧିକ ରହିଛି । ଏପରିକି ଏଥର ୪୮୪ ସିଟ ସହ ଜିତିବାର ଭବିଷ୍ୟବାଣୀ ମଧ୍ୟ କରାଯାଇଛି । ଜଦି ଲେବର ପାର୍ଟି ଏଥର ଜିତେ ତେବେ ପାର୍ଟି ପାଇଁ ଏହା ଏକ ଐତିହାସିକ ବିଜୟ ସାବ୍ୟସ୍ତ ହେବ ।

ଦୀର୍ଘ ୧୯ ବର୍ଷ ପରେ ସତ୍ତାକୁ ଆସି ପାରେ ଲେବର ପାର୍ଟି !
ବ୍ରିଟେନ ସଂସଦରେ ଥିବା ୬୫୦ ସିଟ ମଧ୍ୟରୁ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ହେଲେ ପାର୍ଟିକୁ ୩୨୬ଟି ସିଟର ଆବଶ୍ୟକତା ରହିଛି । ଏଥର ସର୍ଭେର ଆକଳନ ମୁତାବକ ଲେବର ପାର୍ଟି ୪୮୪ ଆସନ ଜିତିପାରେ । ଆଜି ସକାଳ ୭ଟାରୁ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ଭୋଟିଂ ରାତି ୧୦ଟା ଯାଏଁ ଚାଲିବ । ବ୍ରିଟେନରେ ବଢୁଥିବା ନିମ୍ନମାନର ଜୀବନ ଶୈଳୀ ଓ ସେବା ବ୍ୟବସ୍ଥାରେ ଅନିୟମିତତା ସୁନକଙ୍କ ହାରିବା କାରଣ ହୋଇପାରେ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଏଥି ପାଇଁ ଜନତା ବିପକ୍ଷକୁ ଜିତାଇ ପାରନ୍ତି ବୋଲି ଆକଳନ କରା ଯାଉଛି । ଭବିଷ୍ୟବାଣୀ ସତ ହେଲେ ଶେଷଥର ପାଇଁ ୨୦୦୫ରେ ଜିତିଥିବା ଲେବର ପାର୍ଟି ୧୯ ବର୍ଷ ପରେ ପୁଣି ସରକାର ଗଠନ କରିବ ।