କଲେଜ ଫି ବୃଦ୍ଧିକୁ ବିରୋଧ : ବର୍ଷାରେ ଭିଜି ଭିଜି ପ୍ରତିବାଦ କଲେ ଛାତ୍ରଛାତ୍ରୀ

90

କନକ ବ୍ୟୁରୋ : କଲେଜ ଆଡମିଶନ ଫି ବୃଦ୍ଧିକୁ ନେଇ କଲେଜ ଛାତ୍ରଛାତ୍ରୀଙ୍କ ଧାରଣା । ବର୍ଷାରେ ଭିଜି ଭିଜି କଲେଜ ଗେଟ ଆଗରେ ଧାରଣା ଦେଇ ପ୍ରତିବାଦ କଲେ ଛାତ୍ରଛାତ୍ରୀ । ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ତିନି ବର୍ଷର ଛାତ୍ରଛାତ୍ରୀମାନେ ଆଡମିଶନ ଫି ବୃଦ୍ଧିକୁ ବିରୋଧ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଅନ୍ୟ କଲେଜ ଗୁଡିକରେ ଆଡମିଶନ ଫି କମ ରହିଛି । ହେଲେ ଆସିକା ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଜାଣି ଶୁଣି ଫି ବୃଦ୍ଧି କରିଛନ୍ତି ।