ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିବ ଖୁସି । ନବଜାତ ଶିଶୁକୁ ଜନ୍ମ ଦେବେ ସିଦ୍ଧୁଙ୍କ ମା’ ଚରଣ କୌର ସିଂ ।

2,205

କନକ ବ୍ୟୁରୋ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଖୁବଶୀଘ୍ର ଖୁସି ଆସିବାକୁ ଯାଉଛି । ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର ସିଂହ ମାର୍ଚ୍ଚମାସରେ ଏକ ସନ୍ତାନକୁ ଜନ୍ମ ଦେବାର ଖବର ରହିଛି । ସିଦ୍ଧୁ ମୁସେୱାଲାଙ୍କ ମା’ ଆଇଭିଏଫ୍ ଜ୍ଞାନକୌଶଳରେ ଏକ ଶିଶୁକୁ ଜନ୍ମ ଦେବାକୁ ଯାଉଛନ୍ତି । ସିଦ୍ଧୁ ମୁସେୱାଲାଙ୍କ ମାମୁଁ ଚମକୌର ସିଂହ ନିଜେ ଏହି ସୂଚନା ଦେଇଛନ୍ତି। ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପ୍ରଥମ ଥର ପାଇଁ ତାଙ୍କ ଘରେ ଖୁସିର ଲହରୀ ଶୁଣିବାକୁ ମିଳିବ ।

୨୦୨୨ରେ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସିଦ୍ଧୁ ମୁସେୱାଲା ତାଙ୍କ ପିତାମାତାଙ୍କ ଏକମାତ୍ର ପୁଅ ଥିଲେ । ତେଣୁ ତାଙ୍କ ପ୍ରଶଂସକମାନେ ସିଦ୍ଧୁ ପରିବାରର ଉତ୍ତରାଧିକାରୀଙ୍କ ପାଇଁ ଲଗାତାର ପ୍ରାର୍ଥନା କରୁଥିଲେ। ଏହି କାରଣରୁ ଏବେ ଆଇଭିଏଫ୍ ଟେକ୍ନୋଲୋଜି ସାହାଯ୍ୟରେ ସିଦ୍ଧୁଙ୍କ ମା’ ଗର୍ଭଧାରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ଶୁଣିବାକୁ ମିଳୁଛି ଯେ ସିଦ୍ଧୁଙ୍କ ମା’ ମାର୍ଚ୍ଚମାସରେ ଏକ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏହି ଖବର ଜଣାପଡିବା ମାତ୍ରେ ମୁସେୱାଲାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।