କେକେଆର ବିପକ୍ଷ ମ୍ୟାଚ୍ ପୂର୍ବରୁ ବାଙ୍ଗାଲୋରକୁ ଲାଗିଲା ବଡ ଝଟକା । ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ ।

1,140

କନକ ବ୍ୟୁରୋ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା । ଆହତ ହୋଇ ଦଳରୁ ବାଦ୍ ପଡିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ । କୋଲକାତା ବିପକ୍ଷ ମ୍ୟାଚ୍ ପୂର୍ବରୁ ଆରସିବିକୁ ଏହି ଝଟକା ଲାଗିଛି । ଏନେଇ ଆରସିବି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟୁଇଟ୍ କରି କହିଛି ଯେ, ଦଳର ବ୍ୟାଟ୍ସମ୍ୟାନ୍ ରଜତ ପଟିଦାର ଚଳିତ ଆଇପିଏଲରୁ ସମ୍ପୂର୍ଣ୍ଣ ବାଦ୍ ପଡିଛନ୍ତି । ଗୋଡରେ ଆଘତ ଜନିତ ସମସ୍ୟା କାରଣରୁ ସେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ତେବେ ଆହତ ହୋଇ ଦଳରୁ ବାଦ୍ ପଡିବା ପରେ ସେ ବାଙ୍ଗାଲୋର ସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ଯାଇ ସେଠାରେ ପ୍ରସ୍ତୁତ ହେବେ । ତେବେ ରଜତ ପଟିଦାର ଦଳରୁ ଆଉଟ୍ ହେବା ପରେ ତାଙ୍କର ବିକଳ୍ପ ପ୍ଲେୟାର ସାମିଲ କରିବନି ଆରସିବି । ଏନେଇ ଦଳ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ରଜତ ପଟିଦାରଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛି ଦଳ ।