ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଚାଲିଗଲେ ରେଳକର୍ମଚାରୀ, ବାତିଲ ହୋଇଗଲା ୧୪୭ ଟ୍ରେନ

794

କନକ ବ୍ୟୁରୋ: ଆପ ଆଗରୁ ନିଶ୍ଚେ ଶୁଣିଥିବେ ଖରାପ ମୌସୁମୀ କିମ୍ବା ବିରୋଧ ପ୍ରଦର୍ଶନ ଯୋଗୁଁ ରେଳ ଯାତ୍ରା ବାଧା ପ୍ରାପ୍ତ ହୋଇଛି । ଯାହା ଅଥି ସାମାନ୍ୟ କଥା । ହେଲେ ମୁମ୍ବାଇରୁ ଏକ ଏଭଳି ଖବର ସାମ୍ନାକୁ ଆସିଛି ଯେଉଁଠି ୮୮ଟି ଲୋକାଲ ଟ୍ରେନ ସମେତ ୧୪୭ଟି ଟ୍ରେନ ସେବାକୁ ରଦ୍ଦ କରିଦିଆଯାଇଛି । ଏହା ପଛର କାରଣ ଖରାପ ମୌସୁମି କିମ୍ବା ବିରୋଧ ପ୍ରଦର୍ଶନ ନୁହେଁ ବରଂ କିଛି କର୍ମଚାରୀ ନିଜ ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଶ୍ମସାନକୁ ଚାଲିଯାଇଥିଲେ ।

ଶନିବାର ସନ୍ଧ୍ୟାରେ ମୁମ୍ବାଇର ମୟାଖଲା ଓ ସେଣ୍ଡହଷ୍ଟ ରୋଡ ଷ୍ଟେସନ ମଝିରେ ସେଣ୍ଟ୍ରଲ ଓ ହାର୍ବର ଲାଇନ ଉପରେ ଟ୍ରେନ ସେବା ବିଳମ୍ବ ହୋଇଥିଲା । ଯେଉଁଥିପାଇଁ ଯାତ୍ରୀ ଚିନ୍ତିତ ହୋଇଯାଇଥିଲେ । ଆଉ ଯେତେବେଳେ ଟ୍ରେନ ବିଳମ୍ବ ହେବାର ସତ ସାମ୍ନାକୁ ଆସିଥିଲା ସେତେବେଳେ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସତ ଥିଲା ମୋଟରମ୍ୟାନ କର୍ମଚାରୀ ମାନେ ନିଜର ଜଣେ ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଶ୍ମସାନ ଯାଇଥିଲେ ଆଉ ଯେଉଁଥିପାଇଁ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିଲା ।

ଏହି ଘଟଣା ପରେ ପ୍ରଶ୍ନ ଉଠିଛି ଯେ ଏହା ସୁନିୟୋଜିତ ବିରୋଧ ପ୍ରଦର୍ଶନ ନୁହେଁ ତ? କାରଣ ଅତିତରେ ମୋଟରମ୍ୟାନ କାମର ଅତ୍ୟଧିକ ଚାପର ଦାବି ଉଠାଇ ସାରିଛନ୍ତି । ସନ୍ଧ୍ୟା ବ୍ୟସ୍ତବହୁଳ ସମୟରେ ଟ୍ରେନ ସେବା ବାଘାପ୍ରାପ୍ତ ହେବା ଯୋଗୁଁ ଯାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରେଳ କର୍ମଚାରୀଙ୍କ କହିବା ମୁତାବକ ଜଣେ ସହକର୍ମଚାରୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଅନେକ ସଂଖ୍ୟାରେ ମୋଟରମ୍ୟାନ ଚାଲିଯାଇଥିଲେ । ଶୁକ୍ରବାର ରେଳଧାରଣା ଅତିକ୍ରମ କରୁଥିବା ବେଳେ ରେଳକର୍ମଚାରୀ ମୁରଲୀଧର ଶର୍ମାଙ୍କ ମୃତ୍ୟୁ ହୋଇଥିଲା ।