ନବ ଦମ୍ପତ୍ତିଙ୍କ ସହ ଚାଲିଗଲା ପରିବାରର ୫ ଜୀବନ । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍ ସହ ଧକ୍କା ହେଲା କାର୍ । ବିବାହ ପରେ ଠାକୁର ଦର୍ଶନ ପାଇଁ ଯାଇଥିଲେ ପରିବାର ।

10,705

କନକ ବ୍ୟୁରୋ: ଫେବୃଆରୀ ୨୯ରେ ବିବାହ କରିଥିଲେ ବାଲକିରଣ ଓ କାବ୍ୟା । ମାର୍ଚ୍ଚ ୩ରେ ରିସେପ୍ସନ୍ ସିରିଥିଲା । ବିବାହ ପରେ ପ୍ରଥମ ଥର ପାଇଁ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ପରିବାର । ହେଲେ ବାଟରେ ଜଗିଥିଲା କାଳ । ଟ୍ରକ୍ ସହ ଧକ୍କା ହୋଇ ନବଦମ୍ପତ୍ତିଙ୍କ ସହ ଚାଲିଗଲା ଗୋଟିଏ ପରିବାରର ୫ଜଣଙ୍କ ଜୀବନ । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ନାଦ୍ୟାଲ ଜିଲ୍ଲା ନାଲାଗାଟଲା ନ୍ୟାସନାଲ ହାଇୱେରେ ।

ସୂଚନା ମୁତାବକ, ବାଲକିରଣଙ୍କ ପରିବାର ୱେଷ୍ଟ ଭେଙ୍କଟପୁର ସିକନ୍ଦରାବଦରେ ରୁହନ୍ତି । ଫେବୃଆରୀ ୨୯ରେ କାବ୍ୟାଙ୍କ ସହ ବାଲକିରଣଙ୍କ ସହ ନବଦମ୍ପତ୍ତି ବିବାହ ପରେ ତିରୁମାଲାଙ୍କ ଦର୍ଶନ ପାଇଁ ବାପା, ମା’ ଓ ଭାଇଙ୍କ ସହ ତିରୁପତି ଯାଇଥିଲେ । ହେଲେ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍ ସହ ତାଙ୍କ କାର୍ ଭାରସାମ୍ୟ ହରାଇ ପିଟିହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣା ଭୋର ପାଖାପାଖି ୫ଟା ୧୫ ମିନିଟରେ ଘଟିଥିବା କୁହାଯାଉଛି ।