କ୍ୟାପଟେନ୍ ଭାବେ ୨୦୦ ତମ ଆଇପିଏଲ୍ ମ୍ୟାଚ୍ ଖେଳିବେ ଧୋନୀ । ଜାଜେଡା କହିଲେ, ବିଜୟ ସହ ମାହିଙ୍କୁ ଦେବୁ ଉପହାର ।

202

କନକ ବ୍ୟୁରୋ: ଆଜି ଆଇପିଏଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ । ସିଏସକେ ଟିମର କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ଖାସ୍ ହେବାକୁ ଯାଉଛି । କାହିଁକି ନା, କ୍ୟାପଟେନ୍ ଭାବେ ନିଜର ୨୦୦ ତମ ଆଇପିଏଲ୍ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି କ୍ୟାପଟେନ୍ କୁଲ୍ ମାହି । ଅନ୍ୟପଟେ ଏହି ମ୍ୟାଚରେ ବିଜୟ ସହ ଧୋନୀଙ୍କୁ ଉପହାର ଭେଟି ଦେବାକୁ ଇଚ୍ଛା ରଖିଛନ୍ତି ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ।

ମଙ୍ଗଳବାର ମ୍ୟାଚ୍ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାଡେଜା କହିଛନ୍ତି, ମୁଁ ଏହି ବିଷୟରେ କଣ ବା କହିପାରିବି । ସେ କେବଳ ସିଏସକେ ପାଇଁ ନୁହେଁ ବରଂ ଭାରତୀୟ କ୍ରିକେଟ୍ ପାଇଁ ଲିଜେଣ୍ଡ୍ ଅଟନ୍ତି । କାଲିର ମ୍ୟାଚ୍ ପାଇଁ ମୁଁ ତାଙ୍କୁ ଶୁଭକାମନା ଜଣାଉଛି । ଏହି ମ୍ୟାଚ୍ ଜିତି ମାହି ଭାଇଙ୍କୁ ଏହି ବିଶେଷ ମ୍ୟାଚ ଅବସରରେ ଉପହାର ଦେବୁ ବୋଲି କହିଛନ୍ତି ରବୀନ୍ଦ୍ର ଜାଡେଜା ।

ଜାଡେଜା ସାମ୍ବାଦିକ ସମ୍ମିଳନୀରେ ଆହୁରି ମଧ୍ୟ କହିଛନ୍ତି ଯେ, ସିଏସକେ ଓ ରୟାଲ୍ସଙ୍କ ପାଖରେ ଭଲ ସ୍ପିନର ଅଛନ୍ତି । ତେଣୁ ଭଲ ବ୍ୟାଟିଂ ୟୁନିଟ୍ ଭାବେ ସିଏସକେକୁ ଆଜି ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଚେପକରେ ସ୍ପିନରମାନେ ଭଲ ପ୍ରଦର୍ଶନ କରିଥାନ୍ତି । ଉଭୟ ଦଳରେ ଭଲ ସ୍ପିନର ଥିବାରୁ ଏହି ଫାଇଟ୍ ଜୋରଦାର ହେବ ବୋଲି ଜାଡେଜା କହିଛନ୍ତି । ସୂଚନାଯୋଗ୍ୟ ଯେ, ଚେନ୍ନାଇ ଓ ରାଜସ୍ଥାନ ଉଭୟ ଦୁଇଟି ଲେଖାଏଁ ବିଜୟ ହାସଲ କରିସାରିଛନ୍ତି । ଦୁଇଟି ଯାକ ଟିମ୍ ଏଯାବତ ୩ଟି ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିଥିବାବେଳେ, ଉଭୟ ୨ଟି ବିଜୟ ସହ ୪ ପଏଣ୍ଟ ହାତେଇଛନ୍ତି ।