ପଞ୍ଜାବ ପରେ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟକୁ ଝଟକା । ଏକାକୀ ଲୋକସଭା ନିର୍ବାଚନ ଲଢିବ ଆପ୍, ଇଶାରା ଦେଲେ କେଜ୍ରିୱାଲ

80

କନକ ବ୍ୟୁରୋ : ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ସହଯୋଗୀ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମିଳିତ ଭାବେ ମିଳିତ ଭାବେ ନିର୍ବାଚନ ଲଢିବେ ନା ଏକା ଏକା ନିର୍ବାଚନ ଲଢିବେ ତାହାକୁ ନେଇ ଏବେ ବି କିଛି ସ୍ପଷ୍ଟ ହୋଇନାହିଁ । ଏହାରି ମଧ୍ୟରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପଞ୍ଜାବରେ ଏକ ରାଲି ବେଳେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଉଭୟ ପଞ୍ଜାବ ଓ ଦିଲ୍ଲୀରେ ଆମ୍ ଆଦମୀ ସରକାରକୁ କାମ କରିବାରେ ବାଧା ଦିଆଯାଉଛି । ହେଲେ ଦିଲ୍ଲୀର ଭୋଟର ଆଗାମୀ ଲୋକସଭା ନିର୍ବାଚନରେ ଦିଲ୍ଲୀର ୭ ଟି ଆସନରେ ଆମକୁ ବିଜୟୀ କରାଇବେ ବୋଲି କେଜ୍ରିୱାଲ କହିଛନ୍ତି ।

ବିଜେପିକୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି କି, ବିଜେପିର ଭୟ ରହିଛି କାଳେ କେନ୍ଦ୍୍ରରେ ଆପ୍ ର ସରକାର ଆସିଯିବ । ପୁରା ଦେଶରେ ଆମ୍ ଆଦମୀ ପାର୍ଟି ଆଗକୁ ବଢୁଥିବାରୁ ବିଜେପି ଭୟଭିତ ହୋଇପଡିଛି ।

ଇଣ୍ଡିଆ ମେଣ୍ଟର ମୁଖ୍ୟଦଳ କଂଗ୍ରେସ ହୋଇଥିବା ବେଳେ ବଡ ସହଯୋଗୀ ଦଳ ହେଉଛି ଆମ୍ ଆଦମୀ ପାର୍ଟି । ହେଲେ ମେଣ୍ଟର ଆସନ ବୁଝାମଣା ଏପର୍ଯ୍ୟନ୍ତ ହୋଇପାରି ନଥିବା ବେଳେ ପ୍ରଥମେ ପଞ୍ଜାବରେ ଆପ୍ ଏକାକୀ ଲଢିବ ବୋଲି ସ୍ପଷ୍ଟ କରିଥିଲା । ଏହାପରେ ଏବେ ଦ୍ୱିତୀୟ ରାଜ୍ୟ ଭାବେ ଦିଲ୍ଲୀରେ ଆପ୍ ଏକାକୀ ଲଢିବ ବୋଲି କେଜ୍ରିୱାଲ ଇଶାରା ଦେଇଛନ୍ତି ।