ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ହତାଦର କଲେ ପୂର୍ବତନ ପିଇଓ ଏବଂ ସରପଞ୍ଚ । ଘର ଭାଙ୍ଗିବାର ବର୍ଷେ ପରେ ବି ଜୟପାଟଣାର କେଦାର ଦାସଙ୍କୁ ମିଳିନି ୱାର୍କ ଅର୍ଡର 

66

କନକ ବ୍ୟୁରୋ : ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କ ଆବାସ ଯୋଜନା ସାତ ସପନ। ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ଏଥିରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ । ଭଙ୍ଗା ଘରେ କଟୁଛି ଦିବ୍ୟାଙ୍ଗ କେଦାର ଦାସଙ୍କ ଜୀବନ ।

  • ଭଙ୍ଗା ଘରେ ଜୀବନ
  • ପାଦେପାଦେ ବିପଦ, ଫଟା କାନ୍ଥ ଭରସା
  • ପଲିଥିନ ଓ ଆଜବେଷ୍ଟସ ତଳେ ୫ ପ୍ରାଣୀ କୁଟୁମ୍ୱ

କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରର ୭ ନମ୍ବର ୱାର୍ଡରେ ଥିବା ଲାଖଲଛାପଡାରୁ ଆସିଛି ଏଭଳି ଖବର । ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ଅନେକ ଥର ଗୁହାରି କରି ପ୍ରତାରଣ ଶିକାର ହୋଇଛନ୍ତି ଗୃହକର୍ତ୍ତା କେଦାର ଦାସ।

ଏକ ଦୁର୍ଘଟଣାରେ କେଦାରଙ୍କ ଡାହାଣ ହାତ ଅକାମି ହୋଇଯାଇଛି । ଜୟପାଟଣା ସ୍ଥିତ ଦୁର୍ଗା ମଣ୍ଡପ ନିକଟରେ ଏକ ଚା’ଦୋକାନ କରି ପରିବାର ପ୍ରତି ପୋଷଣ କରୁଛନ୍ତି। ବର୍ଷ ତମାମ୍ ଏହି ଭଙ୍ଗା ଘରେ ରହୁଛନ୍ତି । ପୂର୍ବତନ ପିଇଓ ଓ ସରପଞ୍ଚଙ୍କ କଥାକୁ ଭରସା କରି ନିଜ ପୁରୁଣା ଘର ଭାଙ୍ଗିବାର ବର୍ଷେ ଉପରେ ବି ୱାର୍କ ଅର୍ଡର ମିଳୁନଥିବା ଅଭିଯୋଗ କରିଛନ୍ତି କେଦାର।