ବଦଳୁଛି କି ଗୋପାଳପୁର ରାଜନୈତିକ ସମୀକରଣ: ନିଜ ନିର୍ବାଚନ ମଣ୍ଡଳୀରେ ଦମ୍ ଦେଖାଇଲେ ପ୍ରଦୀପ ପାଣିଗ୍ରାହୀ

299

କନକ ବ୍ୟୁରୋ: ବଦଳୁଛି କି ଗୋପାଳପୁର ରାଜନୀତିର ସମୀକରଣ । ପୂର୍ବ ଭଳି ପୁଣି ଥରେ ପ୍ରଭାବ ବିସ୍ତାର କରୁଛନ୍ତି କି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ନିଜ ନିର୍ବାଚନମଣ୍ଡଳରେ ଯେଉଁଠି ପ୍ରଦୀପ ପାଣିଗ୍ରାହୀଙ୍କୁ ଦିନେ ବିରୋଧର ସାମ୍ନା କରିବାକୁ ପଡୁଥିଲା, ସେଇଠି ଆଜି ପୂର୍ବ ଭଳି ନିଜର ଦମ୍ ଦେଖାଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ବିଜେଡିରୁ ବିଦା ହେବା ପରେ ଗୋପାଳପୁର ରାଜନୀତିକୁ ନେଇ ଭିନ୍ନ ଭିନ୍ନ ସମୀକରଣ କରାଯାଉଥିଲା । ଶାସକ ବିଜେଡି ଦଳ, ଗୋପାଳପୁରକୁ ନିଜ କବ୍ଜାକୁ ନେବା ପାଇଁ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସଂଗଠନ ଦାୟୀତ୍ୱ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିବା ବିକ୍ରମ ପଣ୍ଡା ନିୟମିତ ବ୍ୟବଧାନରେ ଗୋପାଳପୁର ଗସ୍ତ କରୁଛନ୍ତି । ଠିକ୍ ଏମିତି ବେଳେ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ସାମିଲ୍ ହୋଇ, ଫାଇଭ୍-ଟି ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲରୁ ଆସିବା ପରେ ଗତ ବର୍ଷ ସ୍ୱାଧିନତା ଦିବସରେ, ନିଜ ନିର୍ବଚନ ମଣ୍ଡଳୀକୁ ଆସିଥିଲେ । କମଳାପୁରରେ ମୁଖ୍ୟ ଅତିଥି ଥିବାବେଳେ ତାଙ୍କୁ ବିଜେଡ଼ିର ନେତା ଓ କର୍ମି ବିରୋଧ କରିଥିଲେ । ତଥାପି ସେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏପରିକି ସେହି ସମୟରେ ଧକା ମରାମରି ମଧ୍ୟ ହୋଇଥିଲା । ସେହି ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ବହୁ କମ ଲୋକ ଥିଲେ । ଏହାର ଠିକ ଏକ ବର୍ଷ ପରେ ରଙ୍ଗେଇଲୁଣ୍ଡା ବ୍ଲକର ଚାନ୍ଦପୁର ପଚାଂୟତ ଖେଳ ପଡ଼ିଆରେ ପତକା ଉତ୍ତଳନ କରିବା ସହ ବିଭିନ୍ନ କ୍ରୀଡ଼ା ପ୍ରତିଯେଗିତାରେ ମୁଖ୍ୟ ଅତିଥିଭାବେ ଯୋଗଦେଇଛନ୍ତି । ଏହାରି ଭିତରେ ସେ ରାଜ୍ୟ ସରକାର ଓ ୫ଟି ସଚିବଙ୍କୁ ଟାର୍ଗେଟ କରିଛନ୍ତି । ନିଜ ନିର୍ବଚନ ମଣ୍ଡଳୀରେ ତାଙ୍କର ବହୁ ସମର୍ଥକ ରହିଥିବା ସେ ଯେଉଁଠିକୁ ଯାଉଛନ୍ତି ବହୁ ସମର୍ଥକ ଆସୁଛନ୍ତି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତ ।