ଆଇପିଏଲରେ ରୋମାଞ୍ଚକର ମୁକାବିଲା : ମ୍ୟାଚ୍ ଛଡାଇ ଆଣିଲେ ରିଙ୍କୁ ସିଂହ, ଶେଷ ୫ବଲରେ ମାରିଲେ ୫ଟି ଛକା

70

କନକ ବ୍ୟୁରୋ : ଆଇପିଏଲ୍ ଇତିହାସରେ ଅବିଶ୍ୱସନୀୟ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ଏହି ବିଜୟ ସହ ଆଇପିଏଲର ହିରୋ ପାଲଟିଯାଇଛନ୍ତି ସିକ୍ସର କିଙ୍ଗ୍ ରିଙ୍କୁ ସିଂହ । ଶେଷ ୫ଟି ବଲରୁ ୨୮ ରନ୍ ଆବଶ୍ୟକ କରୁଥିବା କୋଲକାତା ପାଇଁ ଏହି କଷ୍ଟସାଧ୍ୟ ଲକ୍ଷ୍ୟକୁ ସେ ସମ୍ଭବ କରି ଦେଖାଇଛନ୍ତି ।

ଅନ୍ତିମ ୫ଟି ବଲରେ ଲଗାତାରା ୫ଟି ଛକା ମାରି କ୍ରିକେଟପ୍ରେମୀଙ୍କ ମନରେ ଶିହରଣ ଖେଳାଇଦେଇଛନ୍ତି ଆଇପିଏଲର ଏହି ନୂଆ ‘ସିଂହ’ । ରିଙ୍କୁ ସମ୍ମୁଖୀନ ହୋଇଥିବା ଶେଷ ୭ଟି ବଲରୁ ୪୦ ରନ୍ ଆଦାୟ କରିଥିଲେ । ସୁପର ସଣ୍ଡେରେ ଦେଖିବାକୁ ମିଳିଛି ସୁପର ସୋ’ । ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଗୁଜୁରାଟ ଟାଇଟନ୍ସକୁ ୩ ୱିକେଟରେ ପରାସ୍ତ କରିଛି କୋଲକାତା ।

କେମିତି ଥିଲା ଶେଷ ଓଭରର ରୋମାଞ୍ଚ ?
ରିଙ୍କୁ ସିଂହ : ସିକ୍ସର କିଙ୍ଗ୍
୬,୪,୬,୬,୬,୬,୬

ଆଇପିଏଲ ଇତିହାସର ଅବିଶ୍ୱସନୀୟ ଶେଷ ଓଭର
୧୯ତମ ଓଭରର ଶେଷ ୨ ବଲରେ ୧୦ରନ୍ କରି ଆତ୍ମବିଶ୍ୱାସ ଅର୍ଜନ କଲେ ରିଙ୍କୁ
ଶେଷ ୬ଟି ବଲରେ କୋଲକାତାକୁ ଆବଶ୍ୟକ ଥିଲା ୨୯ ରନ୍
ପ୍ରଥମ ବଲ୍ : ଷ୍ଟ୍ରାଇକ୍ରେ ଥିଲେ ଉମେଶ ଯାଦବ
୧ ରନ୍ ଦେଇ ରିଙ୍କୁଙ୍କ ହାତରେ ଦାୟିତ୍ୱ ସମର୍ପି ଦେଲେ ଉମେଶ
୫ଟି ବଲରୁ କୋଲକାତାକୁ ବିଜୟ ପାଇଁ ଆବଶ୍ୟକ ୨୮ ରନ୍
ଦ୍ୱିତୀୟ ବଲ୍ : ରିଙ୍କୁଙ୍କ ବ୍ୟାଟରୁ ଆସିଲା ଏକ ବିଶାଳ ଛକା
ୱାଇଡ୍ ଲଙ୍ଗ୍ ଅଫ୍ରେ ଏକ ଦମଦାର ଛକା
ଏବେ ୪ଟି ବଲ୍ ବାକି, ବିଜୟ ପାଇଁ ଆବଶ୍ୟକ ୨୨ରନ୍
ତୃତୀୟ ବଲ : ଆଉ ଏକ ରୋମାଂଚକର ଛକା
ଡିପ୍ ବ୍ୟାକୱାର୍ଡ ସ୍କୋୟାର ଲେଗ୍ ଅଂଚଳରେ ବଡ଼ ଛକା
ଆଉ ୩ଟି ବଲରୁ ଆବଶ୍ୟକ ୧୬ରନ୍
ଚତୁର୍ଥ ବଲ୍ ବି ଗଲା ଗ୍ୟାଲେରୀ ଅଂଚଳକୁ
ଲଙ୍ଗ୍ ଅଫ୍ ଉପରେ ଛକା ମାରି ହ୍ୟାଟ୍ରିକ୍ ହାସଲ କଲେ ରିଙ୍କୁ
ବିଜୟର ବାସ୍ନା ପାଇଲା ନିରାଶ ହୋଇପଡିଥିବା କୋଲକାତା ଟିମ୍
ଶେଷ ଦୁଇ ବଲରେ ଆବଶ୍ୟକ ଥିଲା ୧୦ ରନ୍
ପଞ୍ଚମ ବଲ୍ : ଲଙ୍ଗ ଅନ୍ ଉପରେ ଏକ ଜବରଦସ୍ତ ଛକା
ଅନ୍ତିମ ବଲରେ ଆବଶ୍ୟକ ଥିଲା ୪ ରନ୍
ଶେଷ ବଲରେ ଲଙ୍ଗ ଅନ୍ ଉପରେ ଆଉ ଏକ ଛକା ମାରିଲେ ରିଙ୍କୁ
କୋଲକାତାକୁ ଦେଲେ ଏକ ଅବିଶ୍ୱସନୀୟ ବିଜୟ
କେକେଆର ଶିବିର ଓ ପ୍ରଂଶସକଙ୍କ ମଧ୍ୟରେ ଅସମ୍ଭବ ଉନ୍ମାଦନା ଓ ଉଲ୍ଲାସର ବାତାବରଣ ଭରି ଦେଲେ ରିଙ୍କ