ଜିମ୍ବାୱେ ବିରୋଧରେ ଭାରତର ଚମତ୍କାର ପ୍ରଦର୍ଶନ, କୌଣସି ୱିକେଟ ନହରାଇ ଜିତିଲା ଭାରତ

403

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମ୍ ଜିମ୍ବାୱେ ବିରୋଧରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଗୁରୁବାର ଦିନ ୩ ଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୧୦ ୱିକେଟରେ ପରାସ୍ତ କରିଛି ।

ଆଜିର ମ୍ୟାଚରେ ଭାରତୀୟ ଦଳର ଅଧିନାୟକ କେଏଲ ରାହୁଲ ଟଚ୍ ଜିତି ପ୍ରଥମେ ବୋଲିଂ କରିଥିଲେ । ଦଳର ବୋଲରମାନଙ୍କ ଭଲ ପ୍ରଦର୍ଶନ କାରଣରୁ ଜିମ୍ବାୱେ ଦଳ ୪୦.୩ ଓଭରରେ ସମସ୍ତ ୱିକେଟ ହରାଇ ୧୮୯ ରନ କରିବାକୁ ସକ୍ଷମ ହୋଇଥିଲା । ଏପଟେ ଭାରତୀୟ ଦଳ କୌଣସି ୱିକେଟ ନହରାଇ ମାତ୍ର ୩୦.୫ ଓଭରରେ ମ୍ୟାଚ ଜିତିଯାଇଥିଲା । ଏହି ବିଜୟ ସହ ଭାରତୀୟ ଦଳ ସିରିଜରେ ୧-୦ ରେ ଆଗୁଆ ରହିଛି । ଦ୍ୱିତୀୟ ମ୍ୟାଚ ଜୁନ ୨୦ ତାରିଖରେ ଖେଳାଯିବ ।

ଯଦି ଭାରତୀୟ ବୋଲରଙ୍କ କଥା କୁହାଯିବ ତେବେ ଏହି ମ୍ୟାଚରେ ଦୀପକ ଚହର, ପ୍ରସିଦ୍ଧ କୃଷ୍ଣା ଓ ଅକ୍ଷର ପଟେଲ ୩ ଟି ଲେଖାଏଁ ୱିକେଟ ନେଇଥିଲେ । ସେପଟେ ୧୯୦ ରନର ଲକ୍ଷ ନେଇ ଭାରତୀୟ ଟିମର ଶୁଭମନ୍ ଗିଲ ଓ ଶିଖର ଧାୱନ ପଡିଆକୁ ଓହ୍ଲାଇଥିଲେ । ଏଥିରେ ଧାୱନ ଅର୍ଦ୍ଧ ଶତକ କରିଥିବା ବେଳେ ଗିଲ ତାଙ୍କ ଏକଦିବସୀୟ କ୍ୟାରିଅରରେ ତୃତୀୟ ଶତକ ହାସଲ କରିଛନ୍ତି । ଉଭୟ ୩୦.୫ ଓଭରରେ ୧୯୨ ରନର ଏକ ସୁନ୍ଦର ପାଳି ଖେଳି ଭାରତୀୟ ଦଳକୁ ଜିତାଇଛନ୍ତି ।