ସୁନୀଲ ଚୌଧୁରୀ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ,ପୁଅ ଅନିରୁଦ୍ଧଙ୍କ ଋଣ ସୁଝିବା ପାଇଁ ୪୦ଲକ୍ଷ ଟଙ୍କାରେ ଜମି ବିକିବାକୁ କରୁଥିଲେ ଡିଲ

398

କନକବ୍ୟୁରୋ:  ରାଜଧାନୀର ମଂଚେଶ୍ୱରରେ ସୁନୀଲ ଚୌଧୁରୀ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ସୂଚନା। ପୁଅ ଅନିରୁଦ୍ଧଙ୍କ ଋଣ ସୁଝିବା ପାଇଁ ୪୦ ଲକ୍ଷ ଟଙ୍କାରେ ଜମି ବିକିବାକୁ ଡିଲ୍ କରିଥିଲେ ବାପା ସୁନୀଲ ଚୌଧୁରୀ। କିନ୍ତୁ ଜମି ବିକ୍ରି ହେବା ପୂର୍ବରୁ ବାପାଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଜହ୍ଲାଦ ପୁଅ। ମୃତ ସୁନୀଲ ଚୌଧୁରୀଙ୍କ କେୟାରଟେକର ଆଲୋକ ବେହେରା ଦେଇଛନ୍ତି ଏଭଳି ସୂଚନା। କହିଛନ୍ତି, ଋଣଭାରରେ ବୁଡ଼ିଥିବା ପୁଅର ଦୁଃଖକୁ ଦେଖିପାରିନଥିଲେ ବାପା।

ସେଥିପାଇଁ ପୁଅ କରିଥିବା ଋଣ କିପରି ସୁଝାଯିବ, ସେ ନେଇ ଚିନ୍ତିତ ଥିଲେ ସୁନୀଲ। ଆଉ ଋଣ ସୁଝିବା ପାଇଁ ଜମି ବିକ୍ରି କରିବାକୁ ଚିନ୍ତା କରିଥିଲେ। ଆଉ ଏଥିପାଇଁ ୪୦ଲକ୍ଷ ଟଙ୍କାର ଡିଲ୍ ମଧ୍ୟ ଫାଇନାଲ୍ ହୋଇସାରିଥିଲା। କିନ୍ତୁ ତା’ ପୂର୍ବରୁ ସୁନୀଲଙ୍କୁ ହତ୍ୟା କରିଦିଆଯାଇଥିବା ସୂଚନା ଦେଇଛନ୍ତି ଆଲୋକ ବେହେରା।