ଯୌତୁକ ପାଇଁ ନୂଆବୋହୂର ହାତ ଭାଙ୍ଗିଦେଲେ ଶ୍ୱଶୁର ଘରଲୋକ । ୭ ମାସ ତଳେ ହୋଇଥିଲା ବିବାହ ।

761

କନକ ବ୍ୟୁରୋ: ଯୌତୁକ ପାଇଁ ନବ ବଧୂକୁ ନିର୍ଯାତନା । ଶ୍ୱଶୁରଘର ଲୋକଙ୍କ ମାଡରେ ବୋହୂର ହାତ ଭାଙ୍ଗିଯାଇଥିବା ଅଭିଯୋଗ କରିଛନ୍ତି ବୋହୂର ବାପଘର ଲୋକ ।

ବାଲେଶ୍ୱର ସୋର ଟ୍ରେଜେରି କଲୋନୀର ମେଘନା ପ୍ରଧାନ ୭ ମାତ ତଳେ ବାହାନଗା ବ୍ଳକ ପୁରାଡହା ଗାଁର ତ୍ରିଲୋକ ଜେନାଙ୍କୁ ବିବାହ କରିଥିଲେ । ଅଭିଯୋଗ ମୁତାବକ, ବିବାହର ପରେ ଶଶୁର ଘର ଲୋକ ୧୦ ଲକ୍ଷ ଟଙ୍କା ଏବଂ ଏକ କାର୍ ଦାବି କରି ମେଘନାଙ୍କୁ ଅନେକ ସମୟରେ ନିର୍ଯାତନା ଦେଉଥିଲେ । ଯାହାକୁ ନେଇ ଗତ ମେଘନା ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ମେଘନା ସୁସ୍ଥ ହେବା ପରେ ଦୁଇ ପରିବାର ମଧ୍ୟରେ ଆପୋଷ ବୁଝମଣା ହୋଇଥିଲା । ଶେଷରେ ମେଘନା ତାଙ୍କୁ ଶାଶୁ ଘରକୁ ଯାଇଥିଲେ । ହେଲେ ପୁଣି ତାଙ୍କ ଶାଶୁ ଏବଂ ନଣନ୍ଦ ଯୌତୁକ ଦାବିରେ ମେଘନାଙ୍କୁ ତାଙ୍କୁ ମାଡ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।