ଫ୍ୟାକ୍ଟ ଚେକର୍ ମହମ୍ମଦ ଜୁବୈର ଗିରଫ  । ଧାର୍ମିକ ଭାବନାକୁ ଆଘାତ ଦେବା ସହ ଦଙ୍ଗା ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ ।

197

କନକ ବ୍ୟୁରୋ: ଫ୍ୟାକ୍ଟ ଚେକର୍ ତଥା ଅଲ୍ଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଧାର୍ମିକ ଭାବନାକୁ ଆଘାତ ଦେବା ସହ ଦଙ୍ଗା ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗରେ ତାଙ୍କୁ ଆଇପିସିର ୧୫୩ ଓ ୨୯୫ ଧାରା ଅଧିନରେ ଗିରଫ କରାଯାଇଛି ।

ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ୱାରା ଦିଆଯାଇଥିବା ବିବାଦୀୟ ବୟାନ ସମ୍ପର୍କରେ ସେ ପ୍ରଥମ ଟ୍ୱିଟ୍ କରିବା ପରେ ତାହାକୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ହୋଇଥିଲା । ଏହି ବିବାଦ ବିଭିନ୍ନ ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଯଥେଷ୍ଟ ଥିଲା, ଯେଉଁଥିରେ କୋଟି କୋଟି ଟଙ୍କାର ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା । ଏହାସହ ନୂପୁର ଶର୍ମାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ମିଳିଥିଲା । ଏହି ପ୍ରସଙ୍ଗ କ୍ରମେ ଅନ୍ତର୍ଜାତୀୟ ସ୍ତରକୁ ଯାଇ ବିବାଦ ସୃଷ୍ଟି କରିଥିଲା ।

କେବଳ ଏତିକି ନୁହେଁ ଏହି ଘଟଣା ପୂର୍ବରୁ ମଧ୍ୟ ସେ ଜ୍ଞାନବାପୀ ମସଜିଦକୁ ନେଇ ମଧ୍ୟ ଏକ ଟ୍ୱିଟ୍ କରିଥିଲେ । ଏଥିରେ ମସଜିଦ ପରିସରରୁ ମିଳିଥିବା ଶିବଲିଙ୍ଗକୁ ନେଇ ଅପମାନଜନକ ମନ୍ତବ୍ୟ ସବୁ ପ୍ରକାଶ ପାଇଥିଲା । ପୂର୍ବରୁ ମଧ୍ୟ ଜୁବୈର ହିନ୍ଦୁ ଦେବାଦେବୀଙ୍କ ଉପରେ ଅପମାନଜନକ ଟିପ୍ପଣୀ ସବୁ ଟ୍ୱିଟ୍ କରୁଥିବାର ଅଭିଯୋଗ ହୋଇସାରିଛି ।