ଏସସିବିରେ କରାଯାଉଛି ଭାସ୍କୁଲା-ରାଇଜଡ ଲିମ୍ଫାନୋଡ଼ ଟ୍ରାନ୍ସପ୍ଲାଂଟ । ଯାଜପୁରର ମହିଳାଙ୍କର ହେଲା ପ୍ରଥମ ଅପରେସନ

384

କନକ ବ୍ୟୁରୋ : ଗୋଦରା ଗୋଡ ପାଇଁ ଅସୁବିଧା ଭୋଗୁଥିବା ଲୋକଙ୍କ ପାଇଁ ଭଲ ଖବର । କଟକ ବଡ ମେଡିକାଲରେ ଗୋଦରା ଗୋଡର ଉପଚାର ପାଇଁ ଆରମ୍ଭ ହୋଇଛି ଭାସ୍କୁଲାରାଇଜଡ ଲିମ୍ଫାନୋଡ଼ ଟ୍ରାନ୍ସପ୍ଲାଂଟ । ପୂର୍ବରୁ ଯଦିଓ ଅସ୍ତ୍ରୋପଚାର କରି ଗୋଦରା ଗୋଡର ଚିକିତ୍ସା କରାଯାଉଥିଲା, କିନ୍ତୁ ରୋଗର ମୂଳ ନିରାକରଣ ପ୍ରୟାସ ହେଉନଥିଲା   । ହେଲେ ଭାସ୍କୁଲାରାଇଜଡ ଲିମ୍ଫାନୋଡ଼ ଟ୍ରାନ୍ସପ୍ଲାଂଟ ଦ୍ୱାରା ଏହା ସମ୍ଭବ ବୋଲି କହିଛନ୍ତି ଏସସିବି ମେଡିକାଲର ପ୍ଲାଷ୍ଟିକ୍ ସର୍ଜନ ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକ ।

ଯାଜପୁର ବରୁଆଁ ଥାନା ଅନ୍ତର୍ଗତ ମହମ୍ମଦଜାମାପୁର ଗାଁର ରୀତାରାଣୀ ସ୍ୱାଇଁଙ୍କ ଗୋଡ଼ର ଭାସ୍କୁଲାରାଇଜଡ ଲିମ୍ଫାନୋଡ଼ ଟ୍ରାନ୍ସପ୍ଲାଂଟ କରାଯାଇଛି । ଅସ୍ତ୍ରୋପଚାରର ୧୫ ଦିନ ପରେ ଆକ୍ରାନ୍ତଙ୍କ ଗୋଡ଼ ସ୍ୱାଭାବିକ ହେବା ଆରମ୍ଭ ହୋଇଛି । ୧୫ ବର୍ଷ ହେବ ଗୋଦରା ଗୋଡ଼ ଯୋଗୁଁ ଅସୁବିଧା ଭୋଗୁଥିଲେ ରୀତାରାଣୀ । ହେଲେ ଏବେ ଗୋଡ଼ ପୁଣି ସ୍ୱଭାବିକ ଅବସ୍ଥାକୁ ଫେରୁଥିବା ଦେଖି ଡାକ୍ତରଙ୍କ ଦ୍ୱିତୀୟ ଭଗବାନ ବୋଲି କହିଛନ୍ତି ଆକ୍ରାନ୍ତ ମହିଳା ।

ତେବେ ବିଭାଗୀୟ ଡାକ୍ତର କହିଛନ୍ତି ଏହି ଅପରେସନ୍ ଦ୍ୱାରା ଗୋଡଟି ୭୦ରୁ ୮୦ ଭାଗ ସ୍ୱାଭାବିକ ହୋଇପାରିବ ।