ଏହି ଆଇଟି କମ୍ପାନୀ କର୍ମଚାରୀଙ୍କ ପାଇଁ ଆଣିଲା ଖୁସିଖବର, ୨୧ ହଜାର କର୍ମଚାରୀଙ୍କୁ ବାଣ୍ଟିବ ଆଇପ୍ୟାଡ

361

କନକ ବ୍ୟୁରୋ : ଆଇଟି କ୍ଷେତ୍ରରେ କାମ କରୁଥିବା କମ୍ପାନୀ କୋର୍ଫୋଜ ଏବେ ତାର କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛି । କମ୍ପାନୀର ସର୍ବାଧିକ ଲାଭ ହୋଇଥିବାରୁ କମ୍ପାନୀ ଏବେ ତାର କର୍ମଚାରୀଙ୍କୁ ଉପହାର ଦେବାକୁ ଘୋଷଣା କରିଛି । କମ୍ପାନୀରେ କାମ କରୁଥିବା ୨୧ ହଜାର କର୍ମଚାରୀଙ୍କୁ କମ୍ପାନୀ ତରଫରୁ ଆଇପ୍ୟାଡ ଉପହାର ଭାବେ ଦିଆଯିବ ବୋଲି କୁହାଯାଇଛି । କମ୍ପାନୀ ଚତୁର୍ଥ ତୈମାସିକରେ ୮,୧୦୦ କୋଟି ଟଙ୍କା ଲାଭ କରିଥିବାରୁ ଏଭଳି ଉପହାର ଦେବାକୁ ଘୋଷଣା କରିଛି ।

କୋର୍ଫୋଜର ସିଇଓ ସୁଧୀର ସିଂ କହିଛନ୍ତି କି ଚତୁର୍ଥ ତୈମାସିକରେ କମ୍ପାନୀର ଲାଭକୁ ନେଇ ସେ ବେଶ୍ ଖୁସି ଅଛନ୍ତି । ଏହାର ଶ୍ରେୟ ସେ କମ୍ପାନୀର କର୍ମଚାରୀମାନଙ୍କୁ ଦେଇଛନ୍ତି । କମ୍ପାନୀ ପ୍ରଥମଥର ପାଇଁ ୧ ଆରବ ଡଲାର ଲାଭ କରିଥିବା କଥା ସେ କହିଛନ୍ତି । ତେଣୁ ଲାଭର କିଛି ଅଂଶ ସେ କର୍ମଚାରୀଙ୍କ ପାଇଁ ଖର୍ଚ୍ଚ କରିବେ ବୋଲି କହିଛନ୍ତି । ଏହି କ୍ରମରେ କମ୍ପାନୀରେ କାମ କରୁଥିବା ସମସ୍ତ ୨୧,୮୧୫ ଜଣ କର୍ମଚାରୀଙ୍କ କମ୍ପାନୀ ତରଫରୁ ଆପଲ ଆଇପ୍ୟାଡ ଦେବାକୁ ସୁଧୀର ସିଂ ଘୋଷଣା କରିଛନ୍ତି ।

କମ୍ପାନୀ ତରଫରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ ଅନୁସାରେ ସେଲ୍ସ ଓ ମାର୍କେଟିଂ ଟିମ୍ କୁ ବାଦଦେଲେ କମ୍ପାନୀ ପାଖରେ ୨୧ ହଜାରରୁ ଅଧିକ କର୍ମଚାରୀ ରହିଛନ୍ତି ।