ପିଏମ୍ କିଶାନ ହିତାଧିକାରୀ ନିରାଶ । ବଢିଲା ନାହିଁ ସହାୟତା ରାଶି, ହେଲେ …

1,619

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କିଶାନ ଯୋଜନାର ହିତାଧିକାରୀମାନଙ୍କୁ ଚଳିତ ବଜେଟ୍ ନିରାଶ କରିଛି । ସଂପୃକ୍ତ ଯୋଜନାର ସହାୟତା ରାଶି ବୃଦ୍ଧି ପାଇପାରେ ବୋଲି ହିତାଧିକାରୀମାନେ ଆଶା କରିଥିବା ବେଳେ ତାହା ଫଳବତୀ ହୋଇନାହିଁ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବା ବେଳେ ପିଏମ କିଶାନ ଯୋଜନାକୁ ନେଇ କୌଣସି ଘୋଷଣା କରିନାହାଁନ୍ତି ।

ଏହି ଯୋଜନା ବିଗତ ୫ ବର୍ଷ ତଳେ ଲାଗୁ କରାଯାଇଥିଲା ଫେବୃଆରୀ ୨୦୧୯ରେ ବଜେଟ ଉପସ୍ଥାପନ କରିବା କ୍ରମରେ ତକ୍ରାଳୀନ ଅର୍ଥମନ୍ତ୍ରୀ ପିୟୂଷ ଗୋଏଲ ପିଏମ୍ କିଶାନ ଯୋଜନାର ଘୋଷଣା କରିଥିଲେ । ସରକାରୀ ତଥ୍ୟ ମୁତାବକ ଏବେ ୯ କୋଟି କ୍ଷୂଦ୍ରଚାଷୀ ଏହି ଯୋଜନାରୁ ଲାଭ ପାଉଛନ୍ତି । ସେମାନେ ପ୍ରତିବର୍ଷ ୩ କିସ୍ତିରେ ୬ ହଜାର ଟଙ୍କା ସହାୟତା ପାଉଛନ୍ତି  ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚଳିତ ବର୍ଷ ୪ କୋଟି କୃଷକ ବୀମା ପାଇଛନ୍ତି । ଗତବର୍ଷ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୧୩,୬୨୫ କୋଟି ଟଙ୍କା ବ୍ୟୟବରାଦ କରିଥିଲେ ।