ଭୁବନେଶ୍ୱରରେ ବିଲ୍ ଗେଟ୍ସ । କୃଷି ଭବନ ପରିଦର୍ଶନ ସହ ନବୀନଙ୍କୁ କରିବେ ସାକ୍ଷାତ ।

145

କନକ ବ୍ୟୁରୋ: ଭୁବନେଶ୍ୱରର ପହଞ୍ଚିଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଆଜି ସେ କୃଷି ଭବନ ପରିଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କୃଷିର ଉନ୍ନତି ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ଓଡ଼ିଶା ସରକାର । ଯାହାଦ୍ୱାରା କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ତେବେ ବିଲ୍ ଗେଟ୍ସଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ତାଙ୍କ ପ୍ରତିନିଧି ଦଳ ସୋମବାର ସମୀକ୍ଷା କରିଥିଲେ । ବିଲ ଗେଟ୍ସଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।