ଆଜି ପ୍ରଦାନ କରାଯିବ ଭାରତ ରତ୍ନ ସମ୍ମାନ । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ସମାରୋହ ।

233

କନକ ବ୍ୟୁରୋ: ଆଜି ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଦିଆଯିବ ସମ୍ମାନ । ଚଳିତ ବର୍ଷ କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ, ଚୌଧରୀ ଚରଣ ସିଂହ, ପିଭି ନରସିଂହ ରାଓ ଓ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ । ତେବେ ଅସୁସ୍ଥ ଥିବାରୁ ଆସନ୍ତାକାଲି ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରାଯିବ ।

ମିଳିଥିବା ସୂଚନା ଅନୁସାରେ, ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର କିଛି ବଡ଼ ନେତାଙ୍କ ଉପସ୍ଥିତିରେ ଆଡଭାନୀଙ୍କୁ ସମ୍ମାନିତ କରାଯିବ । ତେବେ ଆଜି ରାଷ୍ଟ୍ରପତି ଭବନରେ ହେବାକୁ ଥିବା ସମାରୋହରେ କିଛି ସ୍ୱତନ୍ତ୍ର ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି । ଏଥିରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ଉପସ୍ଥିତ ରହି ନିଜ ପିତାଙ୍କ ସମ୍ମାନ ଗ୍ରହଣ କରିବେ ।